www.samajalive.in
Saturday, December 13, 2025
27.1 C
Bhubaneswar

ବଳାଙ୍ଗି ମହୋତ୍ସବ କମିଟିର ୪ର୍ଥ ବାର୍ଷିକ ସାଂସ୍କୃତିକ ଜାଗରଣ ଯାତ୍ରା

ବଡ଼ସାହି : ଚଳିତ ବର୍ଷ ୧୮ତମ ବାର୍ଷିକ ବଳାଙ୍ଗି ମହୋତ୍ସବ ତଥା ଓଡିଆ ନବ ବର୍ଷ ପାଳନ ଉପଲକ୍ଷେ ମୟୁରଭଞ୍ଜ ଜିଲାରେ ସାଂସ୍କୃତିକ ପୂର୍ଣ୍ଣ ଜାଗରଣ ନିମନ୍ତେ ବାହାରିଥିବା ବଳାଙ୍ଗି ସଂସ୍କୃତି ସୈନିକଙ୍କ ୪ର୍ଥ ବାର୍ଷିକ ବାଇକ ଶୋଭାଯାତ୍ରା ରବିବାର ଜିଲାର ପୂର୍ବତନ ରାଜଧାନୀ ହରିପୁର ଗଡ଼, ବଡ଼ସାହି ଓ ମାଣତ୍ରୀ ପରିକ୍ରମା କରିଛି। ଏହି ଅବସରରେ ବିଭିନ୍ନ ସଙ୍ଗଠନ, ବୁଦ୍ଧିଜୀବି ତଥା ଯୁବ ଗୋଷ୍ଠୀଙ୍କ ଶୋଭାଯାତ୍ରାକୁ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ମୟୁରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା ହେଲେ ମଧ୍ୟ ଏହାର ଭାଷା, ସାହିତ୍ୟ, କଳା ସଂସ୍କୃତି ଓ ପର୍ଯ୍ୟଟନ ଯୁଗେ ଯୁଗେ ଲୋକଙ୍କୁ ଆକର୍ଷିତ କରିଆସିଛି। କିନ୍ତୁ ସମୟ ଅନୁସାରେ ବହୁ କିଛି ଲୋପ ପାଇବାକୁ ଲାଗିଛି। ତେବେ ମୟୁରଭଞ୍ଜ ଜିଲା ତଥା ଓଡିଶାର ଅଭିଲୁପ୍ତ ପରମ୍ପରା, ସଂସ୍କୃତି, କଳା ସାହିତ୍ୟର ବିକାଶ, ସୁରକ୍ଷା ଏବଂ ପ୍ରଚାର ଉଦ୍ଦ୍ୟେଶରେ ବଳାଙ୍ଗି ମହୋତ୍ସବ କମିଟି ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛି। ଏ ମାଟିର ଅବକ୍ଷୟ ମୁଖୀ ଭାଷା, ସାହିତ୍ୟ, କଳା, ସାଂସ୍କୃତିକ ସୁରକ୍ଷା ଓ ପୁନର ଉଦ୍ଧାର କରିବା ତଥା ଏହାର ପୂର୍ବ ଗୌରବ ଫେରାଇ ଆଣିବା ପ୍ରତ୍ୟେକ ମୟୂରଭଞ୍ଜ ବାସୀଙ୍କର ନୈତିକ କର୍ତବ୍ୟ ବୋଲି ଆଲୋଚନା ସମ୍ବର୍ଦ୍ଧନା ସଭାରେ ମତ ପ୍ରକାଶ ପାଇଥିଲା। ବଡ଼ସାହିରେ ବାଣୀପୀଠ ପକ୍ଷରୁ ସମ୍ପାଦକ କୁମାର ବାବୁଲିଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ ମାଣତ୍ରୀ ବାବା କଖାରୁଆ ବୈଦନାଥଙ୍କ ପୀଠରେ ମନ୍ଦିର ପରିଛିା ପ୍ରଦୀପ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁରୂପ ସଭା ଅନୁଷ୍ଠିତ ହୋଇଥିଲା। ଏହି ପରିକ୍ରମା ୩ ଦିନ ଧରି ଚାଲି ଆଜି ଉଦଯାପିତ ହୋଇଥିବା ବେଳେ ଏପ୍ରିଲ ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବାବା ବୁଢା ରାଉଳ ମଠ ନିକଟ ତ୍ରିବେଣୀ ଘାଟରେ ବଳାଙ୍ଗୀ ମହୋତ୍ସବ ଅନୁଷ୍ଠିତ ହେବ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories