ମସଲା ପାଇଁ ଭୁଜାଲି ଚୋଟ, ୨ ଗ୍ରାହକ ଆହତ

କୋଣାର୍କ: ମସଲା କିଣାକୁ ନେଇ ବଚସାରୁ ଭୁଜାଲି ମାଡ଼ ହୋଇଥିବା ସୂଚନା ମିଳିଛି। ଏଥିରେ ୨ଜଣ ଗ୍ରାହକ ଆହତ ହୋଇଥିବା ଜଣାପଡ଼ିଛି। ବଡ଼ ନିନି ଗାଁ ଛକରେ ଗ୍ରାହକଙ୍କୁ ତେଜରାତି ଦୋକାନୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦୋକାନୀଙ୍କ ଭୁଜାଲି ମାଡ଼ରେ ୨ଜଣ ଗ୍ରାହକ ରକ୍ତାକ୍ତ ହୋଇଛନ୍ତି। ଏ ସଂକ୍ରାନ୍ତରେ ବଳଙ୍ଗା ଥାନାରେ ଏତଲା ଦାୟର ହୋଇଛି।

prayash

ଏହି ଘଟଣାରେ ଆହତ ହୋଇଥିବା ୨ଜଣ ଗ୍ରାହକଙ୍କୁ ପୁଲିସ ଚିକିତ୍ସା କରିବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଗ୍ରାହକଙ୍କୁ ଭୁଜାଲିରେ ଗ୍ରାହକଙ୍କୁ ଆକ୍ରମଣ କରିଥବା ଦୋକାନୀଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

Comments are closed.