www.samajalive.in
Monday, December 15, 2025
26.1 C
Bhubaneswar

ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ

ଜୟପୁର: ଭିଜିଲାନ୍ସ ପକ୍ଷରୁ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ବିପୁଳ ଟଙ୍କା ଧରାପଡ଼ିବା ନେଇ ତାଙ୍କୁ ଭିଜିଲାନ୍ସ କରିଛି। ସୁଶାନ୍ତଙ୍କ ଠାରୁ ମୋଟ ୩୭ଲକ୍ଷ ଟଙ୍କା ପାଇଛି ଭିଜିଲାନ୍ସ। ଗତକାଲି ସୁଶାନ୍ତଙ୍କଠାରୁ ୨ଲକ୍ଷ ୭୦ ହଜାର ସହ ସେ ଧରାପଡ଼ିଥିଲେ। ସୁଶାନ୍ତ ବସରେ ବୈପାରୀଗୁଡ଼ାରୁ କଟକ ଆସିଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସର ତଲାସିବେଳେ ବୈପାରୀଗୁଡ଼ା ସରକାରୀ କ୍ବାଟର୍ସରୁ ୩ ଲକ୍ଷ ମିଳିଥିଲା। ସେହିପରି ବୈପାରୀଗୁଡ଼ା ଥାନା ଚାମ୍ବରରୁ ୧ଲକ୍ଷ ୮୦ହଜାର ମିଳିଥିଲାବେଳେ କଟକ କ୍ବାଟର୍ସରୁ ଭିଜିଲାନ୍ସ ପାଇଥିଲା ୨୯ଲକ୍ଷ ୭୭ହଜାର। ବୈପାରୀଗୁଡ଼ା ଆଇଆଇସି ସୁଶାନ୍ତ ଶତପଥୀ ଏତେ ଟଙ୍କା କେଉଁଠୁ ଆଣିଥିଲେ ତାହାର କିଛି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଜିଲାର ବୈପାରୀଗୁଡ଼ାରୁ କଟକ ଆସୁଥିବା ଏକ ବସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜୟପୁର ନିକଟରେ ବସକୁ ଅଟକାଇ ଚଢ଼ାଉ କରାଯାଇଥିଲା ଏବଂ ବୈପାରୀଗୁଡ଼ା ଆଇଆଇସିଙ୍କଠାରୁ ୨ଲକ୍ଷ ୭୦ହଜାର ଟଙ୍କା ନଗଦ ଜବତ କରାଯାଇଥିଲା, ଯାହାର ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଭିଜିଲାନ୍ସ ପକ୍ଷରୁ ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଆଜି ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ସୂଚନା ଦିଆଯାଇଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories