www.samajalive.in
Monday, December 15, 2025
26.1 C
Bhubaneswar

ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ଲୋକସଭା ସାଂସଦ ପଦରୁ ବୈଜୟନ୍ତ ପଣ୍ଡା ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନଙ୍କ ନିକଟକୁ ପଠାଇଛନ୍ତି । ଶ୍ରୀ ପଣ୍ଡା ବାଚସ୍ପତିଙ୍କୁ ଭେଟିବାକୁ ଚାହୁଁଥିଲେ, କିନ୍ତୁ ସେ ବିଦେଶ ଗସ୍ତରେ ଥିବାରୁ ଭେଟି ପାରି ନଥିଲେ । ଫଳରେ ନିଜର ଇସ୍ତଫା ପତ୍ର ତାଙ୍କ ନିକଟକୁ ପଠାଇ ଦେଇଥିବା ବୈଜୟନ୍ତ ପଣ୍ଡା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଲୋକସଭା ଆସନରୁ ବୈଜୟନ୍ତ ପଣ୍ଡା ୨୦୧୪ରେ ନିର୍ବାଚିତ ହୋଇଥିଲେ । ଦଳ ବିରୋଧି କାର୍ୟ୍ୟ ଲାଗି ଗତ  ଜାନୁୟାରୀ ୨୪ ତାରିଖରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ପରେ ଗତ ମେ ୨୮ ତାରିଖରେ ସେ ଦଳରୁ ଇସ୍ତଫା ଦେଇଥିଲେ।

- Advertisement -

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories