www.samajalive.in
Saturday, December 6, 2025
26.1 C
Bhubaneswar

ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ବାହୁଡା ଯାତ୍ରା

ଭୁବନେଶ୍ବର: ବାହାରିନର ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ ‘ବାହାରିନ ଓଡ଼ିଆ ସମାଜ’ ଘୋଷ ଯାତ୍ରା ପର୍ବର ଶେଷ ଦିବସ ବାହୁଡା ଯାତ୍ରା ବହୁତ ଆଡମ୍ବରରେ ପାଳନ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନି ଦେଇ ରଥ ଟାଣିଥିଲେ। ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ବିଜେ ହେଲା ପରେ ଶ୍ରଦ୍ଧାଳୁ ମାନେ ଭାବବିହ୍ୱଳ ହୋଇଥିଲେ।

ଚତୁର୍ଦ୍ଧାମୂର୍ତ୍ତି ରଥରେ ପରିକ୍ରମା କଲା ପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ, ଶେଷରେ କିଛି ଭକ୍ତ ଓଡ଼ିଶାର ବିଭିନ୍ନ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ। ଆରବ ଦେଶର ବିଶିଷ୍ଟ ଓଡ଼ିଆ ଶିଳ୍ପପତି ଦେବଲୋକନାଥ ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ବିଷୟରେ ବର୍ଣନା କରିଥିଲେ। ବାହାରିନ ଓଡ଼ିଆ ସମାଜର ସଭାପତି ପ୍ରଭାକର ପାଢ଼ୀ, ଯୁଗ୍ମ ସମ୍ପାଦକ ଶାରଦା ପ୍ରସାଦ ପଟ୍ଟନାୟକ, କୋଷାଦକ୍ଷ ପ୍ରିୟଦତ୍ତ ରୟ, ଜନ ସମ୍ପର୍କ ସମ୍ପାଦକ ଅମରନାଥ ସୁବୁଧି ଏବଂ କ୍ରୀଡା ସମ୍ପାଦକ ଅମରେଶ ପଣ୍ଡା ସମସ୍ତ ଭକ୍ତ ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ଭକ୍ତ ମାନଙ୍କ ଗହଣରେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥଲେ। ବିଦେଶରେ ରଥ ଯାତ୍ରା ପାଳନ କରିବା ପ୍ରତ୍ୟେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ଓ ଗର୍ବର ବିଷୟ ବୋଲି କହିଥିଲେ। ରଥ ଯାତ୍ରା ଠାରୁ ଆରମ୍ଭ କରି ବାହୁଡା ଯାତ୍ରା ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ମାନେ ଅଶେଷ ସହଯୋଗ କରିଥଲେ।
ଶତାଧିକ ଅଣଓଡିଆ ମଧ୍ୟ ବାହୁଡା ଯାତ୍ରାରେ ଯୋଗ ଦେଇ ଆନନ୍ଦିତ ହୋଇ ନିଜକୁ ସୌଭାଗ୍ୟ ମନେ କରିଥିଲେ। ବାହାରିନରେ ରଥ ଯାତ୍ରା ଉତ୍ସବ ନଅ ଦିନ ଧରି ବାହୁଡା ଯାତ୍ରା ପର୍ଯ୍ୟନ୍ତ ବହୁତ ଧୁମ୍ ଧାମ୍ ରେ ପାଳନ କରାଯାଏ। ସମସ୍ତେ ବର୍ଷର ଏହି ପର୍ବକୁ ଅପେକ୍ଷା କରିଥାନ୍ତି। ସର୍ବଶେଷରେ ଶ୍ରୀ ଶ୍ରୀ ରାଧା ଗୋପାଳକୃଷ୍ଣ ମନ୍ଦିରର ସଭାପତି ପ୍ରଶାନ୍ତ ମହାନ୍ତି ଏବଂ ଅନୁଷ୍ଠାନର ବରିଷ୍ଠ ସଦସ୍ୟ କିଶୋର ଦାସ, ବିଷ୍ଣୁପ୍ରସାଦ ମହାନ୍ତି, ରାମଚନ୍ଦ୍ର ସାହୁ, ଭକ୍ତହରି ଅଗସ୍ତି ବାହାରିନରେ ରଥ ଯାତ୍ରା ପାଳନ କରିବା ପ୍ରଭୂ ଜଗନ୍ନାଥଙ୍କ ଲୀଳା ଓ କରୁଣା ବୋଲି କହିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories