ବାହାନଗା ରେଳ ଦୁର୍ଘଟଣା : ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ
କଟକ : ବାଲେଶ୍ବର ଜିଲା ବାହାନଗା ରେଳ ଦୁର୍ଘଟଣାରେ କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଏସ୍ସିବି କୁଳସଚିବ ଅବିନାଶ ରାଉତ ସୂଚନା ଦେଇଛନ୍ତି । ମୃତକ ହେଲେ ବିହାରର ପ୍ରକାଶ ରାମ । ପୂର୍ବରୁ ମୃତକଙ୍କ ସଂଖ୍ୟା ୨୮୯ ଥିବାବେଳେ ଏବେ ଏହା ୨୯୦ରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ, ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ଆଉ ଜଣେ ବ୍ୟକ୍ତିଙ୍କର ଏସ୍ସିବି ମେଡ଼ିକାଲରେ ମୃତ୍ୟୁ ହୋଇଛି । ମୃତକ ହେଲେ ବିହାର ବାସିନ୍ଦା ପ୍ରକାଶ ରାମ (୧୭)। ପ୍ରକାଶଙ୍କ ମୃତ୍ୟୁ ସମ୍ପର୍କରେ କଟକ ଏସସିବି ମେଡ଼ିକାଲର କୁଳସଚିବ ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି । ପୂର୍ବରୁ ବି ଏସସିବିରେ ଆଉ ଜଣେ ଆହତଙ୍କର ମୃତ୍ୟୁ ହୋଇଥିଲା।
Comments are closed.