www.samajalive.in
Tuesday, December 9, 2025
19.1 C
Bhubaneswar

ମାଣତ୍ରୀ, ମାନଗୋବିନ୍ଦପୁର ଓ ବଳଭଦ୍ରପୁରରେ ସୁରଭି କାର୍ଯ୍ୟକ୍ରମ

ବଡ଼ସାହି : ବୁଧବାର ବଡ଼ସାହି ବ୍ଲକର ମାଣତ୍ରୀ, ମାନଗୋବିନ୍ଦପୁର ଓ ବଳଭଦ୍ରପୁର କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଶୁଭ୍ରାଂଶୁ ଶେଖର ମଙ୍ଗରାଜ, ଅରବିନ୍ଦ ବେହେରା ଓ ସଞ୍ଜୟ କୁମାର ପାତ୍ରଙ୍କ ପୌରହିତ୍ୟରେ ଚନ୍ଦନପୁର ଆଶ୍ରମସ୍କୁଲ(ପୁରାତନ), ମାନଗୋବିନ୍ଦପୁର ମଇ ସ୍କୁଲ ଓ ବେଲପାଳ ପ୍ରାଥମିକ ସ୍କୁଲରେ ପୃଥକ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପରୋକ୍ତ କ୍ଲଷ୍ଟର ଅଧୀନସ୍ଥ ସ୍କୁଲ ଦେଉଳିଆ କ୍ଳଷ୍ଟର ଅଧୀନରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। କନିଷ୍ଠ ଓ ବରିଷ୍ଠ ଦୁଇଟି ବିଭାଗରେ ତର୍କ, ପ୍ରବନ୍ଧ, ସଙ୍ଗୀତ, କୁଇଜ, ଚିତ୍ରାଙ୍କନ, ଶ୍ରୁତଲିଖନ ଓ ସୃଜନାତ୍ମକ ଲିଖନ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଇଓ ଦେବବ୍ରତ ବାରିକ, ସମ୍ମାନିତ ଅତିଥି ଭାବେ ଏବିଇଓ ସୋମନାଥ ଦାସ, ପଦ୍ମଲୋଚନ ଦାସ, ବାବାଜୀ ଚରଣ ବେହେରା, ଶିକ୍ଷକ ସଂଘର ସମ୍ପାଦକ ବୀରେନ୍ଦ୍ର ପ୍ରଧାନ, ସିଆରସିସି କାର୍ତ୍ତିକ ଚନ୍ଦ୍ର ଜେନା, ବିଏନ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା ଓ ପ୍ରଧାନ ଶିକ୍ଷକ ବୃନ୍ଦାବନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଆୟୋଜକ ସ୍କୁଲର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories