ବଡ଼ସାହି : ଶୁକ୍ରବାର ଶାଳଗାଁ ପ୍ରାଥମିକ ବିଦ୍ୟାଳୟରେ ଜଡିଦା କ୍ଲଷ୍ଟରର ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟରର ସିଆର୍ସିସି କର୍ତ୍ତିର୍କ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଇଓ ଦେବବ୍ରତ ବାରିକ, ସମ୍ମାନିତ ଅତିଥି ଭାବେ ଏବିଇଓ ପଦ୍ମଲୋଚନ ଦାସ, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ମହାଳିକ ଓ ଶାଳଗାଁ ପଞ୍ଚାୟତ ସମିତି ସଭ୍ୟ ଚୈତନ୍ୟ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ସିନିଅର ଓ ଜୁନିଅର ଦୁଇଟି ବିଭାଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ, ସଙ୍ଗୀତ, କୁଇଜ, ଚିତ୍ରାଙ୍କନ ଓ ସୃଜନାତ୍ମକ ଲିଖନ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ଅତିଥିବୃନ୍ଦ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ଶେଷରେ ଶିକ୍ଷକ ଜଗନ୍ନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଛନ୍ତି।
Popular Categories



