ପଞ୍ଚକୂଳା : ସ୍ଥାନୀୟ ସିବିଆଇ ଅଦାଲତ ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ ରାମରହିମଙ୍କୁ ନିଜର ପୁରୁଷ ଅନୁଗାମୀଙ୍କୁ ନଂପୁଷକ କରାଇବା ମାମଲାରେ ଜାମିନ ପ୍ରଦାନ କରିଛି। ଏହି ମାମଲାରେ ସିବିଆଇ ପୂର୍ବରୁ ରାମରହିମଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ କରିଥିଲା। ୨୦୧୨ରେ ରାମରହିମଙ୍କ ବିରୋଧରେ ଜଣେ ଅନୁଗାମୀ ଏଭଳି ଅଭିଯୋଗ ଆଣି ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୦୦ରେ ହାଇକୋର୍ଟ ଉକ୍ତ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି ହୋଇଥିଲାଓ ୨୦୧୪ରେ ହାଇକୋର୍ଟ ନିର୍ଦେଶକ୍ରମେ ୨୦୧୫ର ସିବିଆଇ ରାମରହିମ ତଥା ଦୁଇ ଜଣ ସହଯୋଗୀ ଡାକ୍ତର ପଙ୍କଜ ଗର୍ଗ ଓ ଏମ୍.ପି ସିଂହଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ଜାମିନ ସତ୍ତ୍ବେ ମହିଳା ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ୨୦ବର୍ଷ ପାଇଁ ଜେଲ୍ଦଣ୍ଡ ଭୋଗୁଥିବା ରାମରହିମ ଜେଲ୍ରୁ ମୁକୁଳିବାର ସମ୍ଭାବନା ନାହିଁ।
Popular Categories



