www.samajalive.in
Tuesday, December 9, 2025
15.1 C
Bhubaneswar

ଗୋପାଳ କର୍ଣ୍ଣ ହେଲେ ବଡ଼ସାହିର ନୂତନ ଥାନାଧିକାରୀ

ବଡ଼ସାହି : ଶୁଳିଆପଦା ଥାନାଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ବଡ଼ସାହିର ନୂତନ ଥାନାଧିକାରୀ ଭାବେ ବୁଧବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ବଡ଼ସାହିରେ ଖାଲି ପଡ଼ିଥିବା ପଦବୀ ପାଇଁ ଥାନା ଇଲାକାରେ ଅପରାଧିଙ୍କ ଦୌରାତ୍ମ ବୃଦ୍ଧି ହେଉଥିବାରୁ ଜନଅସନ୍ତୋଷକୁ ନେଇ ‘ସମାଜ’ରେ କ୍ରମାଗତ ଦୃଷ୍ଟି ଆକର୍ଷଣ ମୂଳକ ଖବର ପ୍ରକାଶ ସହିତ ଦୁଇ କନେଷ୍ଟବଳଙ୍କ ଭିଡ଼ିଓ ଭାଇରାଲ ପରେ କାର୍ଯ୍ୟରୁ ନିଲମ୍ବିତ ଘଟଣା ପରେ ବଡ଼ସାହିର ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଓ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ ଦଳର ଜିଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଯୋଗାଯୋଗ କରିଥିଲେ। ଶ୍ରୀପାତ୍ର ଏନେଇ ଗତ ଶୁକ୍ରବାର ଭୁବନେଶ୍ୱର ଯାଇ ତାଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ତା’ପରେ ଜଣେ ଦକ୍ଷ ଯୁବ ପୁଲିସ ଅଫିସରଙ୍କୁ ବଡ଼ସାହି ଦାୟିତ୍ୱ ନେବା ପାଇଁ ମୟୂରଭଞ୍ଜ ଏସପି ସେହିଦିନ ପତ୍ର ସଂଖ୍ୟା ୬୪୧ ଯୋଗେ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ଶ୍ରୀ କର୍ଣ୍ଣ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ନିଜର ଭଦ୍ର ଆଚରଣ ଓ କର୍ମଠ ପୁଲିସ ଅଫିସର ଭାବେ ଶ୍ରୀଯୁକ୍ତ କର୍ଣ୍ଣ ମହୁଲଢ଼ିହା ଓ ଶୁଳିଆପଦାରେ ସମସ୍ତଙ୍କର ପ୍ରଶଂସାଭାଜନ ଅଫିସର ଭାବେ ନିଜକୁ ପ୍ରମାଣିତ କରିଥିବା ବେଳେ ବଡ଼ସାହି ଅଞ୍ଚଳରେ ସର୍ବୋତ୍ତୋମ ସେବା ପ୍ରଦାନ ପାଇଁ ନିର୍ବାଚିତ ଜନପ୍ରତିନିଧି, ଆଇନଜୀବୀ, ଗଣମାଧ୍ୟମର ପ୍ରତିନିଧି ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories