www.samajalive.in
Saturday, December 6, 2025
16.1 C
Bhubaneswar

ବଡ଼ସାହିରେ ରକ୍ତଦାନ ଶିବିର : ସ୍ୱେଚ୍ଛାକୃତ ରକ୍ତ ଦାନ କଲେ ୨୫ ଜଣ ରକ୍ତଦାତା

ବଡ଼ସାହି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟରେ ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଅଗଷ୍ଟ ୧୫ ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ରକ୍ତଦାନ ଶିବିର ଆୟୋଜନ କରାଯାଉଛି। ଏହି ଶିବିର ପ୍ରତ୍ୟେକ ଜିଲା ହେଡ କ୍ୱାଟରରେ ଆୟୋଜନ ହେଉଥିବା ବେଳେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି। ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁର ଜିଲା ସଂଯୋଜକ ଦେବାଶିଷ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହା ଚାଲୁ ରହି ଥିବାର ଜଣାଯାଇଛି।

ଯୁବ, ଛାତ୍ର ଓ ମହିଳା ସଂଗଠନର ସମସ୍ତ କର୍ମକର୍ତ୍ତା ଏଥିରେ ସାମିଲ ହୋଇଛନ୍ତି। ବାରିପଦା ବିଜୁ ଭବନ ଠାରେ ମଙ୍ଗଳବାର ଅନୁଷ୍ଠିିତ ଶିବିରରେ ବଡ଼ସାହି ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଓ ଯୁବ ସଭାପତି ନିହାର ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ୨୫ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିବାର ଜଣାଯାଇଛି। ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ଏସଡିସି ଅଧକ୍ଷ୍ୟ ଦେବାଶିଷ ମାରାଣ୍ଡି, ଉତର ଓଡିଶା ଜୋନାଲ ଯୁବ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିଲା ଯୁବ ସଭାପତି ଜିତେନ୍ଦ୍ର ମହାନ୍ତି, ଜିଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ପ୍ରକାଶ ମହାନ୍ତି, ପୂର୍ବତନ ନଗରପାଳ ଶିବ ନାରାୟଣ କିସ୍କୁ, ବେତନଟୀ ବ୍ଳକ୍ ପୂର୍ବତନ ସଭାପତି ସନ୍ତକ ଲେଙ୍କା, ଛାତ୍ର ନେତା ସୁନୀଲ କୁମାର ନାୟକ, ବିଶ୍ୱଜିତ ବେହେରା ଓ ସୁଜିତ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାନା ମାନଙ୍କୁ ଉତ୍ସାହିତ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories