www.samajalive.in
Saturday, December 13, 2025
27.1 C
Bhubaneswar

ହାତୀ ମୃତ୍ୟୁ ଓ କଙ୍କାଳ ଉଦ୍ଧାର ଘଟଣା; ଆଠଗଡ଼ରେ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ

ଆଠଗଡ଼/ବଡ଼ମ୍ବା : ଆଠଗଡ଼ ବନଖଣ୍ଡ ଅଧୀନ ବଡ଼ମ୍ବା ବନାଞ୍ଚଳରେ ୩ଟି ହାତୀ କଙ୍କାଳ ଉଦ୍ଧାର ଏବଂ ନରସିଂହପୁର ପୂର୍ବ ବନାଞ୍ଚଳରେ ଶିକାରୀଙ୍କ ଗୁଳିମାଡ଼ରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ନିର୍ଦେଶକ୍ରମେ ମଧ୍ୟପ୍ରଦେଶର ଜବଲପୁରରୁ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଦୁଇ ଜଣିଆ ପ୍ରତିନିଧି ଆଠଗଡ଼ରେ ପହଞ୍ଚିଛନ୍ତି। ଦଳର ନିରୀକ୍ଷକ କୌଶିକ ମଣ୍ଡଳଙ୍କ ନେତୃତ୍ୱରେ ତଦନ୍ତ ଜାରି ରହିଛି। ସେମାନେ ବନଖଣ୍ଡ କାର୍ଯ୍ୟାଳୟରେ ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣାର କାଗଜପତ୍ର ଯାଞ୍ଚ କରିବା ପରେ ବଡ଼ମ୍ବା ବନାଞ୍ଚଳର ଯେଉଁସ୍ଥାନରୁ ୩ଟି ହାତୀ କଙ୍କାଳ ଉଦ୍ଧାର ହୋଇଥିଲା ସେସବୁ ସ୍ଥାନକୁ ଯାଇ ପ୍ରାଥମିକ ତଦନ୍ତ କରିଛନ୍ତି। ଏହି ପ୍ରତିନିଧିଙ୍କ ସହିତ ଆଠଗଡ଼ ବନଖଣ୍ଡ ସହକାରୀ ଅଧିକାରୀ (ଏସିଏଫ୍‍) ଘନଶ୍ୟାମ ମୁଦୁଲି ଉପସ୍ଥିତ ଥିଲେ। ତଦନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ଏବଂ ଆହୁରି ବିଭିନ୍ନ ଦିଗରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ସେମାନେ କହିଛନ୍ତି। ତେବେ ଦୁଇ ଅଧିକାରୀ ତଦନ୍ତର ଅଗ୍ରଗତି ସମ୍ପର୍କରେ କୌଣସି ମତାମତ ଦେବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ତଦନ୍ତ ରିପୋର୍ଟ ସେମାନେ ସେମାନଙ୍କର ସଂସ୍ଥା ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories