ବଡବିଲରେ ଓଏମ୍ଡିସି କର୍ମଚାରୀଙ୍କୁ ଗୁଳି କରି ହତ୍ୟା – ପୂର୍ବ ବିବାଦରୁ ହତ୍ୟା ସନ୍ଦେହ
ବଡବିଲ – ବଡବିଲରେ ଓଏମ୍ଡିସି କର୍ମଚାରୀଙ୍କୁ ହତ୍ୟା । ଦୁଃଶାସନ ବାରିକ ନାମକ ୫୫ ବର୍ଷିୟ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜମିଜମା ବିବାଦରୁ ହତ୍ୟା କରାଯାଇ ଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି । ପର୍ଶୁରାମଙ୍କ ମୁଣ୍ଡ ଗୁଳି ବାଜିଛି । ଘଟଣାସ୍ଥଳରୁ ପୁଲିସ ଦୁଇଟି ଜୀବନ୍ତ ଗୁଳି ଜବତ କରିଛି ।
ଘଟଣାସ୍ଥଳରେ ମଦ ବୋତଲ ପଡିଥିବା ବେଳେ ମୃତକଙ୍କ ମଟରସାଇକେଲ୍କୁ ପୁଲିସ ଉଦ୍ଧାର କରିଛି । ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି ।
Comments are closed.