www.samajalive.in
Saturday, December 6, 2025
19.1 C
Bhubaneswar

ବିଜୁ ଏକ୍ସପ୍ରେସ-ୱେରେ ଜମିଲା ପାଣି,ପୂର୍ତ୍ତ ବିଭାଗ ପାରୁନି ଜାଣି 

ଲଡୁଗାଁ : ବିଜୁ ଏକ୍ସପ୍ରେସ-ଓ୍ୱେ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଏକ ମାଇଲଖୁଣ୍ଟ ସଦୃଶ। ଲୋକେ ଗମନାଗମନ ସହ ଆର୍ଥିକ ଉନ୍ନତିରେ ମଧ୍ୟ ସହାୟକ ହୋଇଛି । ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ମଧ୍ୟରେ ପଶ୍ଚିମାଞ୍ଚଳର ଅନେକ ଜିଲ୍ଲାକୁ ଯୋଡୁଥିବା ବିଜୁ ଏକ୍ସପ୍ରେସ-ୱେ ଏକ ବୃହତ ଯୋଜନା । କଳାହାଣ୍ଡି ଜିଲ୍ଲାର ଶେଷ ସୀମା ଆମପାଣି ଠାରୁ ବିଜୁ ଏକ୍ସପ୍ରେସ-ୱେ ଆରମ୍ଭ ହୋଇ ନୂଆପଡା ଜିଲ୍ଲାକୁ ସଂଯୋଗ କରୁଛି । ପୂର୍ତ୍ତ ବିଭାଗ ଦ୍ଵାରା କାର୍ଯ୍ୟ ସମ୍ପାଦନ ହେଉଥିବା ବେଳେ ପୂର୍ବରୁ ନିର୍ମାଣ ହୋଇଥିବା ଚାରି ଲେନ ବିଶିଷ୍ଟ ରାସ୍ତା କୋକସରା ବ୍ଲକ ଆମପାଣି ଠାରୁ ଆରମ୍ଭ କରି ବଡ଼ କେନ୍ଦୁଗୁଡ଼ା ଭୁର୍ଷାଗୁଡା ଘଣ୍ଟିଗୁଡ଼ା ଗୋତୋମୁଣ୍ଡା ବେହେରା ଆଦି ଗାଁ ମାନଙ୍କୁ ଦେଇ ଯାଇଥିବା ବେଳେ ରାସ୍ତାର ଦୁରାବସ୍ଥାକୁ ନେଇ ଉକ୍ତ ଅଞ୍ଚଳବାସୀଙ୍କ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ରାସ୍ତାର ଭିନ୍ନ ଭିନ୍ନ ଜାଗାରେ ଡିଭାଇଡର ଫାଟିବା, ରାସ୍ତାରୁ ପିଚୁ ଉଠିବା ପୁଣି ଏବେ ବର୍ଷାଦିନେ ରାସ୍ତାରେ ପାଣି ଜମି ପୋଖରୀ ସଦୃଶ ଦେଖାଯିବା ସମ୍ପୂର୍ଣ୍ଣ ଭାବେ ନିମ୍ନମାନର କାମ ବୋଲି ମତ ପ୍ରକାଶ ପାଇଛି।
ବିଗତ ଦିନ ମାନଙ୍କରେ ଭୁର୍ଷାଗୁଡା ଘଣ୍ଟିଗୁଡ଼ା ମଝିରେ ରହିଥିବା ବେହେରା ନଦୀ ପୋଲ କଲଭର୍ଟ ପ୍ରଥମ ବର୍ଷାର ବନ୍ୟା ପାଣିରେ ମାଟି ଧୋଇଗଲା। ଫଳରେ ରାସ୍ତା ଉପରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।  ନିର୍ମାଣକୁ ଵର୍ଷେ ପୁରି ଥିଲା, ହେଲେ ରାସ୍ତାରେ ମାଟି ଖସି ଘାଇ ସୃଷ୍ଟି ହେଲା। ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଆମପାଣି ଠାରୁ ଧର୍ମଗଡ଼ ୪୫ କିମି ରାସ୍ତା ତିନିଭାଗ କରି ଆମପାଣିରୁ ଘଣ୍ଟିଗୁଡ଼ା, ଘଣ୍ଟିଗୁଡ଼ା ରୁ ପର୍ଲା ଓ ପର୍ଲାରୁ ଧର୍ମଗଡ଼କୁ ନେଇ ତିନୋଟି ରିବ କରାଯାଇଥିଲା । ଘଣ୍ଟିଗୁଡ଼ାରୁ ଆମପାଣି ୧୨ କିମି ରାସ୍ତା ପାଇଁ ୩୪ କୋଟି ୪୮ ଲକ୍ଷ ୭୯ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୟୁଏମ୍ଏସ୍ଏଲ୍ ନାମକ କମ୍ପାନୀ ଏହି ୧୨ କିମି ରାସ୍ତା ହାତେଇଥିଲେ ହେଁ ପରେ ପରେ ପେଟି ଠିକାଦାର ଏହି କାମ କରିଥିଲେ। ସେହି ସମୟରେ ହିଁ ଏହି କାମର ମାନ ଓ ସ୍ଥାୟିତ୍ଵ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।  ଦୁଇ ଦିନର ଲଗାଣ ବର୍ଷାକୁ ସମ୍ଭାଳି ନପାରି ରାସ୍ତାରେ ବିରାଟ ଗର୍ତ୍ତ ଦେଖାଦେଇଥିଲା । ବିଭାଗୀୟ ଇଂଜିନିୟରଙ୍କ ତତ୍ୱାବଧାନରେ ନିର୍ମାଣ ହୋଇଥିବା ରାସ୍ତା ନିମ୍ନ ମାନର କାମ ଯୋଗୁଁ ବର୍ଷା ପାଣିରେ ଧୋଇ ନେଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଖବର ପାଇବା ପରେ ପୂର୍ତ୍ତ ବିଭାଗୀୟ ଅଧିକାରୀ ପହଞ୍ଚି ଯେମିତି ସେମିତି ଦାୟିତ୍ଵ ସାରିଦେଲେ। ଆଉ ଏବେ ମଧ୍ୟ ହାତୀ ମାରି କୁଲା ଢାଙ୍କିଲା ଭଳି ବିଭାଗୀୟ ଗାଡିରେ ଏପଟ ସେପଟ ହୋଇ ଯୋଉଠି ଟିକେ ଦୁର୍ନୀତି ଜଳଜଳ ହୋଇ ଦିଶୁଛି ସେଗୁଡାକୁ ଚିକ୍କଣିଆ କରି ଘଣ୍ଟ ଘୋଡାଉଛନ୍ତି। ସରକାର୍ କା ମାଲ୍ ଦରିଆ ମେ ଡାଲ ଭଲି କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ବିଜୁ ଏକ୍ସପ୍ରେସ-ଓ୍ୱେ ଜଡ଼ିତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ତଥା  ଠିକାଦାର ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ରାସ୍ତା ନିର୍ମାଣରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି। ନିର୍ମାଣକୁ କିଛି ବର୍ଷ ପୁରିଛି । ୫୯୦ କୋଟି ୮୪ ଲକ୍ଷ ବ୍ୟୟ ବରାଦରେ ନିର୍ମିତ ଏହି ବିଜୁ ଏକ୍ସପ୍ରେସ-ୱେ ଏହି ପଶ୍ଚିମ ଓଡିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇ ସାରିଛି । ଏପଟେ ରାସ୍ତାର ସ୍ଥାୟିତ୍ଵକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ରାସ୍ତାରେ ପ୍ରତ୍ୟେକ ଛୋଟବଡ ଧରଣର ଦୁର୍ଘଟଣା ଲାଗି ରହୁଥିବାବେଳେ, ନିଜେ ବଞ୍ଚିଲେ ବାପର ନାଁ ନୀତି କୁ ଆପଣାଇ ଜନସାଧାରଣଙ୍କ ମୂଲ୍ୟବାନ ଜୀବନକୁ ବିପଦକୁ ଠେଲିବାର ପ୍ରୟାସ ଉଚିତ ନୁହେଁ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଅନ୍ୟପଟେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଓ ସଠିକ ଭାବେ ମାନ ପରୀକ୍ଷଣ କରାଯାଇ ଏହି ଏକ୍ସପ୍ରେସ-ୱେ କାମ ତ୍ୱରାନ୍ୱିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories