www.samajalive.in
Saturday, December 6, 2025
16.1 C
Bhubaneswar

ମହେଶ୍ଵର ସାହୁ ହେଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି

କେନ୍ଦୁଝରଗଡ :  ବିଜେପି ରାଜ୍ୟ ସଭାପତି  ମନମୋହନ ସାମଲ ଆଜି ତାଙ୍କର ୩୫ ଜଣିଆ ରାଜ୍ୟ ପଦାଧିକାରୀ ମାନଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ରାଜ୍ୟର ବିଶିଷ୍ଟ ଚାଷୀ ନେତା  ମହେଶ୍ଵର ସାହୁଙ୍କୁ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ରୂପେ ଶ୍ରୀ ସାମଲ ଘୋଷଣା କରିଥିବାରୁ କେନ୍ଦୁଝର ଜିଲ୍ଲାରେ ଜନସାଧାରଣ ଓ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି । ଶ୍ରୀ ସାହୁ ଦୀର୍ଘ ୨୦ ବର୍ଷ ଧରି କୃଷକ ମୋର୍ଚ୍ଚାର ଦାୟିତ୍ଵରେ ରହି ଦକ୍ଷତାର ସହିତ କାମ କରି ସୁନାମ ଅର୍ଜନ କରିଥିଲେ । ଶ୍ରୀ ସାହୁ ୨୦୦୯ ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଦୁଇଥର କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଥିବା ସମୟରେ ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ଭେଟିବା ସହିତ ରାଜ୍ୟରେ ଚାଷୀ ମାନଙ୍କ ସମସ୍ୟାକୁ ବହୁବାର ଆନ୍ଦୋଳନ କରିବାରେ ରେକର୍ଡ ସୃଷ୍ଟି କରିଥିଲେ । ୨୦୧୬  ରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ବିଜେପି କିସାନ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ଵ ରେ ରହି ସାରା ଦେଶରେ ଚାଷୀ ମାନଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ ଓ ଦେଶ ସାରା ବିଭିନ୍ନ ରାଜ୍ୟ ଗସ୍ତ କରିଥିଲେ । ପୁନର୍ବାର ତୃତୀୟ ଥର ପାଇଁ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ହେଇଥିବାରୁ ତାଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଆଲୋକ କୁମାର ସେଠୀ, ପୃଥିରାଜ କୁଅଁର, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି  ହେମନ୍ତ କୁମାର ମଲ୍ଲିକ, ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତସିଂହାର, ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟା  ଯଞ୍ଜ ପ୍ରସାଦ ସାହୁ, ବୁଦ୍ଧିଜୀବୀ ପ୍ରକୋଷ୍ଠ ଜିଲ୍ଲା ସଂଯୋଜକ ଶମ୍ଭୁନାଥ ରାଉତ, ଜିଲ୍ଳା ପରିଷଦ ସଦସ୍ୟା   ଅସିମା ମିଶ୍ର, ବେଲବାହାଲି ସରପଞ୍ଚ ଦୀପ୍ତି ସାହୁ, ବିଶିଷ୍ଟ ନାରୀ ନେତ୍ରୀ ଶ୍ରୀମତୀ ଯନା, ବରିଷ୍ଠ ବିଜେପି ନେତା ଭଗବାନ ସାହୁ, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ସନୋଷ କୁମାର ରାଉତ, ବିଜେପି ବରିଷ୍ଠ ନେତା ଗୋଲକ ବିହାରୀ ଜେନା, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି  ରାଧାକାନ୍ତ ମହାନ୍ତ, ଅଖିଳ ନାୟକ, ସତ୍ୟବ୍ରତ ନାୟକ,  ସାବିତ୍ରୀ ବିଶ୍ବାଲ, ଦେବପ୍ରସାଦ ମିଶ୍ର, ସ୍ଵାଧୀନ ଶତପଥୀ, କମଳା କାନ୍ତ ଦାଶ, ପ୍ରକାଶ ମଲ୍ଲିକ, ଅଖିଳ ପାତ୍ର. ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମମତା ସିଂହ, ରାଜେଶ ସିଂହ, ସବୀର କୁମାର ଦାଶ, ଅଜୟ କୁମାର ସାହୁ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ସ୍ୱାଗତ କରିଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories