www.samajalive.in
Sunday, December 7, 2025
26.1 C
Bhubaneswar

କାର୍‌ର ପଛ ସିଟ୍‌ରେ ବସୁଥିବା ଲୋକ ବି ଲଗାଇବେ ସିଟ୍‌ବେଲ୍ଟ- ସରକାର ଲାଗୁ କରିବାପାଇଁ ଯାଉଛନ୍ତି ଏହି ନୂଆ ନିୟମ

ନୂଆଦିଲ୍ଲୀ – ସଡକ ସୁରକ୍ଷା ପାଇଁ ସରକାର ବିଭିନ୍ନ ନିୟମ ପ୍ରଣୟନ କରିଛନ୍ତି । ସମୟ ଅନୁସାରେ ବିଭିନ୍ନ ନୂଆ ନିୟମ ମଧ୍ୟ ପ୍ରଣୟନ କରାଯାଉଛି ।

ଏବେ କାର୍‌ର ପଛ ସିଟ୍ରେ ବସୁଥିବା ଲୋକ ସିଟ୍‌ ବେଲ୍ଟ ଲଗାଇବା ପାଇଁ ବାଧ୍ୟ ବୋଲି ସରକାର ନୂଆ ନିୟମ ଆଣିବା ପାଇଁ ଯାଉଛନ୍ତି । ଏପରି ହେଲେ ଦୁର୍ଘଟଣା ବେଳେ ଜୀବନ ରକ୍ଷା ହୋଇ ପାରିବେ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏହି ଅଧିସୂଚନା ଜାରି କରିବାର ସମ୍ଭାବନା ରହିଛି । ଭାରତରେ ନିର୍ମାଣ କରାଯାଉଥିବା ଯାତ୍ରୀ କାର୍‌ମାନଙ୍କର ସୁରକ୍ଷା ମାନଦଣ୍ଡ ବୃଦ୍ଧି ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିପାରିନ୍ତି ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚଚନୀ ଦେଇଛନ୍ତି ।

- Advertisement -

ଭାରତରେ ଅଳ୍ପ କେତକ କାର୍‌କୁ ଛାଡି ଦେଲେ ଅନ୍ୟ କାର୍‌ମାନଙ୍କରେ ଏହି ମାନଦଣ୍ଡ ନାହିଁ । ପଛ ସିଟ୍ରେ ସିଟ୍‌ବେଲ୍ଟ ରହିଲେ ଦୁର୍ଘଟଣା ସମୟରେ ଅନେକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି । ଏହା ସହ ଚଳିତ ବର୍ଷ ଅକ୍ଟୋବରମାସ ଏକ ତାରିଖରୁ ସମସ୍ତ କାର୍‌ରେ ୬ଟି ଏୟାର ବ୍ୟାଗ ରହବି ଅନିବାର୍ଯ୍ୟ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories