www.samajalive.in
Saturday, December 6, 2025
16.1 C
Bhubaneswar

କେବେ ଦେଖିନଥିବେ ବରୁଣଙ୍କ ଏଭଳି ଅବତାର; ଆସିଲା ‘ବେବି ଜନ୍‌’ର ଦମ୍‌ଦାର ଟିଜର

ମୁମ୍ବାଇ: ବରୁଣ ଧାଓ୍ବନ ଅଭିନୀତ ଆକ୍ସନ ଡ୍ରାମା ଚଳଚ୍ଚିତ୍ର ‘ବେବି ଜନ୍‌’ର ଟିଜର ସୋମବାର ରିଲିଜ୍ ହୋଇଛି। ଶାହରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଯବାନ’ର ନିର୍ଦେଶକ ଏଟଲୀଙ୍କ ପତ୍ନୀ ପ୍ରିୟା ଏଟଲୀ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିଛନ୍ତି। ପୂର୍ବରୁ ‘ବେବି ଜନ୍‌’ରୁ ବରୁଣଙ୍କ ଅନେକ ପୋଷ୍ଟର ସାମ୍ନାକୁ ଆସିବାପରେ ଏବେ ଟିଜର ରିଲିଜ୍ ହୋଇଛି। ୧ ମିନିଟ୍‌ ୫୭ ସେକେଣ୍ଡର ଏହି ଟିଜରରୁ ଜଣାପଡ଼ୁଛି ଯେ ବରୁଣ ଧାଓ୍ବନ ତାଙ୍କ ଫିଲ୍ମ କ୍ୟାରିୟରର ସବୁଠୁ ଭିନ୍ନ ଧରଣର ତଥା ସର୍ବୋତ୍ତମ ଚଳଚ୍ଚିତ୍ର ଭେଟି ଦେବାକୁ ଯାଉଛନ୍ତି।

ସମ୍ପୂର୍ଣ୍ଣ ଟିଜରରେ ବରୁଣ ଆକ୍ସନ ଅବତାରରେ ନଜର ଆସିଛନ୍ତି। ଏଥିସହ ଫିଲ୍ମର ନାୟିକା କୀର୍ତ୍ତି ସୁରେଶ ଏବଂ ଓ୍ବାମିକା ଗବ୍‌ବିଙ୍କ ଝଲକ୍ ମଧ୍ୟ ଟିଜରରେ ଦେଖିବାକୁ ମିଳିଛି। ଅପରପକ୍ଷେ ଜ୍ୟାକି ଶ୍ରଫ୍‌ ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ତାଙ୍କ ଲୁକ୍ ମଧ୍ୟ ଜବରଦସ୍ତ ରହିଛି, ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି। କଲୀଶ୍‌ଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଶେଷ ଭାଗରେ ଅର୍ଥାତ୍ ଖ୍ରୀଷ୍ଟମାସ ଅବସରରେ ଡିସେମ୍ବର ୨୫ରେ ପ୍ରେକ୍ଷାଳୟକୁ ଆସିବ।

- Advertisement -

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories