ଲାଞ୍ଜିଗଡ଼: ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ଼ରେ ଅବସ୍ଥାପିତ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ ତରଫରୁ ବାର୍ଷିକ ଫାୟାର ରେଞ୍ଜ ଟେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କେ. ଋଷିକେଶ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଇନ୍ସପେକ୍ଟର ଏ. ଉମାଶଙ୍କର ଦାସ, ତ୍ରିନାଥ ହନ୍ତାଳ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଲାଞ୍ଜିଗଡ଼ କ୍ୟାମ୍ପର ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଦୁଇଜଣ ଇନ୍ସପେକ୍ଟର, ଦୁଇଜଣ ସବଇନ୍ସପେକ୍ଟର, ୨୩ ଜଣ ହାବିଲଦାର, ୧୦୨ ଜଣ କନଷ୍ଟେବଳ, ୨୫ ଜଣ ମହିଳା କନଷ୍ଟେବଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ହାବିଲଦାର ଗୋବିନ୍ଦ ଦୋରା, ସୁରଥ ଦାସ, ପ୍ରେମ ସାହା, କନଷ୍ଟେବଳ କୁନା ବାଗ, ଦେବଯାନୀ ତ୍ରିପାଠୀ, ଋତୁକୃଷ୍ଣ ସେଠୀ ପ୍ରମୁଖ ଶ୍ରେଷ୍ଠତ୍ୱ ଅର୍ଜନ କରିଥିଲେ।
Popular Categories



