www.samajalive.in
Saturday, December 6, 2025
16.1 C
Bhubaneswar

ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା, ଦିନକୁ ଦିନ ବଢୁଛି ୬ମାସ ଶିଶୁର ମୁଣ୍ଡ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା ପଞ୍ଚାୟତର ଏକ ପରିବାରର ଛୋଟ ଶିଶୁ କନ୍ୟାର ମୁଣ୍ଡ ଦିନକୁ ଦିନ ବଢୁଥିବା ଯୋଗୁଁ ଚିନ୍ତାରେ ପରିବାର ଲୋକ। ଜନ୍ମ ହୋଇ ୬ ମାସ ହେଲାଣି ଅସ୍ୱାଭାବିକ ଭାବେ ବଢୁଛି ମୁଣ୍ଡ। ଆଜିକୁ ୬ ମାସ ହେବ ମାଆ କୋଳରେ ବିତୁଛି ଶିଶୁ କନ୍ୟା ଧରିତ୍ରୀର ଜୀବନ।

ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିଗୁଡା ଗ୍ରାମରେ। ମାଆ ଡମନି ବଂଜାରା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ୬ମାସ ପୂର୍ବେ। ଜନ୍ମର ଦୁଇମାସ ପରେ ଶିଶୁର ମୁଣ୍ଡ ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଯେତେ ସମ୍ଭବ ପରିବାର ଲୋକ ଶିଶୁର ଚିକିତ୍ସା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଶିଶୁକନ୍ୟାର ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଫଳରେ ଦେଶୀ ଔଷଧ ଏକ ମାତ୍ର ସାହାଭରସା ପାଲିଟିଛି। ବଡ ବିଚିତ୍ର ବିଧିର ବିଧାନ, ଜନ୍ମିତ କନ୍ୟା ସନ୍ତାନର ମଧ୍ୟ ଅସ୍ୱାଭାବିକ ଭାବେ ମୁଣ୍ଡ ବଢିବା ଦେଖି ପରିବାର ଚିନ୍ତାରେ। ଗଙ୍ଗାଧର ଘରର ଖର୍ଚ୍ଚ ତୁଲାଇବାରେ ଅସମର୍ଥ ଏଭଳି ସ୍ଥଳେ ଝିଅର ଚିକିତ୍ସା କରିବା ତାଙ୍କ ପାଇଁ ସମ୍ଭବ ନୁହେଁ। ବର୍ତ୍ତମାନ ସରକାରୀ ସାହାଯ୍ୟ ଏକ ମାତ୍ର ଭରସା। ବୋଝ ଉପରେ ନଳିତା ବିଡା ପରି ଅର୍ଥ ଅଭାବକୁ କନ୍ୟା ସନ୍ତାନର ଚିକିତ୍ସା ପରିବାର ବର୍ଗ ପାଇଁ ଏକ ବିରାଟ ସମସ୍ୟା। ଗଙ୍ଗାଧର ବଂଜାରା କୁଲି ମଜୁରୀ କରି ଚଳି ଆସିଥିବା ବେଳେ ଝିଅର ଚିକିତ୍ସା ପାଇଁ ଅର୍ଥବାଧକ ସାଜିଛି। ନିଜ ଶିଶୁକନ୍ୟାକୁ ବଞ୍ଚାଇବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ପରିବାର ବର୍ଗ। ଶିଶୁର ଚିକିତ୍ସା ପାଇଁ ଗ୍ରାମବାସୀମାନେ ମଧ୍ୟ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories