ଶିଶୁର ଯତ୍ନ

0

ଶିଶୁ ଅତି କୋମଳ ହୋଇଥିବା ଏବଂ ନିଜ ଅସୁସ୍ଥତା ସମ୍ପର୍କରେ ଜଣାଇ ପାରୁନଥିବାରୁ ଏହାର ବିଶେଷ ଯତ୍ନ ନେବା ଜରୁରୀ ହୋଇଥାଏ। ଏ ସମ୍ପର୍କରେ କିଛି ତଥ୍ୟ ଜାଣନ୍ତୁ-

କିଛି ସପ୍ତାହ ବା କିଛିମାସ ଧରି ଶିଶୁ ସକ୍ରିୟ ରହୁନଥିଲେ, ଅସୁସ୍ଥ ଜଣାପଡୁଥିଲେ ଏବଂ ଶରୀର ଉଷୁମ ବା ଉଚ୍ଚ ତାପମାତ୍ରା ରହିବା ସହ ବାନ୍ତି ହେଉଥିଲେ ତୁରନ୍ତ ତାକୁ ଅତ୍ୟାଧୁନିକ ନିଓନାଟାଲ ଇଣ୍ଟେନ୍‍ସିଭ କେୟାର ୟୁନିଟ (ଏନ୍‍ଆଇସିୟୁ) ଥିବା ହସ୍‍ପିଟାଲକୁ ନିଅନ୍ତୁ। ସେହିପରି ବଢନ୍ତା ଶିଶୁଠାରେ ଡାଇରିଆ, ବାନ୍ତି, କମ୍‍ ପରିସ୍ରା, ଶ୍ୱାସକ୍ରିୟାର ଗତି ଦ୍ରୁତ ହେବା, ଉଚ୍ଚ ଜ୍ୱର ବା କମ୍ପନ ପରି ଲକ୍ଷଣ ଦେଖାଗଲେ ତାକୁ ପେଡିଆଟ୍ରିକ୍‍ ଇଣ୍ଟେନ୍‍ସିଭ କେୟାର ୟୁନିଟ (ପିଆଇସିୟୁ) ସୁବିଧା ଥିବା ହସ୍‍ପିଟାଲକୁ ନେବା ଜରୁରୀ।

ସଦ୍ୟଜାତ ଶିଶୁଙ୍କଠାରେ ଦୁଇପ୍ରକାର କାମଳ ରୋଗ ଦେଖାଯାଏ- ଫିଜିଓଲୋଜିକାଲ ଓ ପାଥୋଲୋଜିକାଲ। ଶିଶୁଙ୍କୁ ୩ କିମ୍ବା ୪ଦିନଠାରୁ ଫିଜିଓଲୋଜିକାଲ ଜଣ୍ଡିସ୍‍ ଦେଖାଯାଏ ଯାହା ଆପେ ଭଲ ହୋଇଯାଏ। ମା’ର ରକ୍ତ ସହିତ ମିଶି ନପାରିବା ହେତୁ ପାଥୋଲୋଜିକାଲ ଜଣ୍ଡିସ୍‍ ପ୍ରଥମ ଦିନରୁ ଆରମ୍ଭ ହୁଏ। ଉନ୍ନତ ଏଲ୍‍ଇଡି ଫଟୋଥେରାପି ସହିତ ବିଲିବ୍ଲାଙ୍କେଟ୍‍ ଦ୍ୱାରା ଉଭୟ ପ୍ରକାର ଜଣ୍ଡିସ୍‍ର ଚିକିତ୍ସା କରାଯାଏ। ଯେଉଁ କ୍ଷେତ୍ରରେ ମାତ୍ରାଧିକ ବିଲିରୁବିନ୍‍ ଥାଏ, ସେ କ୍ଷେତ୍ରରେ ଶିଶୁର ଜନ୍ମ ସମୟର ଓଜନ, ରୋଗର ଗୁରୁତ୍ୱ, କେତେଦିନର ଶିଶୁ ଆଦି ତଥ୍ୟ ଉପରେ ନିଷ୍ପତ୍ତି ନେଇ ଏକ୍ସଚେଞ୍ଜ ଟ୍ରାନ୍ସଫ୍ୟୁଜନ୍‍ କିମ୍ବା ଫଟୋଥେରାପି ପ୍ରଦାନ କରାଯାଏ। ଏହା ସରଳ ପ୍ରକ୍ରିୟା ହୋଇଥିବା ବେଳେ ଏଥିରେ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରେ।
ଶିଶୁର ଅପସ୍ମାର ବାତ ହେବା ନେଇ ଅନେକ କାରଣ ରହିଛି। ଜନ୍ମ ସମୟରେ ବିଳମ୍ବରେ କାନ୍ଦିବା, ଇଲେକ୍ଟ୍ରୋଲାଇଟ୍‍ ଅସ୍ୱାଭାବିକତା, ସ୍ୱଳ୍ପ ଗ୍ଲୁକୋଜ୍‍/ କ୍ୟାଲ୍‍ସିୟମର ସ୍ତର, ଗୁରୁତର କାମଳ ରୋଗ, ସଂକ୍ରମଣ, ମେଟାବଲିଜିମ୍‍ ସମସ୍ୟା ଆଦି ପ୍ରମୁଖ କାରଣ। ଜନ୍ମଗତ ମେଟାବଲିଜିମ୍‍ ସମସ୍ୟା ବ୍ୟତୀତ ଅନ୍ୟଗୁଡିକ ଆରୋଗ୍ୟସାଧ୍ୟ। ଏଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ।

ଅଧିକ ବିପଦପୂର୍ଣ୍ଣ ଗର୍ଭାବସ୍ଥାରୁ ଜନ୍ମ ନେଇଥିବା ଶିଶୁ ଏବଂ ଫେଟାଲ ଅବସ୍ଥାର ଶିଶୁଙ୍କ ସ୍ଥିତି ଅଧିକ ବିପଜ୍ଜନକ ହୋଇଥାଏ। ବିଶେଷତଃ ଅପରିପକ୍ୱ ଶିଶୁ- ୩୦ସପ୍ତାହରୁ କମ୍‍ କିମ୍ବା ୧କେଜିରୁ କମ୍‍ ଓଜନରେ ଜନ୍ମ ହୋଇଥିବା ଶିଶୁ ବିପଦରେ ରହିଥାନ୍ତି। ସେମାନଙ୍କଠାରେ ଶ୍ୱାସକ୍ରିୟାରେ କଷ୍ଟ, ଖାଦ୍ୟଗ୍ରହଣରେ ସମସ୍ୟା, ଅସ୍ଥିରତା, ଗୁରୁତର କାମଳ, ଅପସ୍ମାର ବାତ, କନ୍‍ଜେନିଟାଲ ଆନୋମାଲିସ୍‍ (ତ୍ରୁଟି) ଆଦି ଦେଖାଯାଏ। ଉଚ୍ଚସ୍ତରୀୟ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ସେମାନଙ୍କ ଜୀବନ ସୁରକ୍ଷିତ କରାଯାଇପାରେ।

ଅପରିପକ୍ୱ ନବଜାତ ଶିଶୁଙ୍କ ଲାଗି ଆମ୍ରି ପରି ହସ୍‍ପିଟାଲରେ ୩ ଏନ୍‍ଆଇସିୟୁ ବ୍ୟବସ୍ଥା ରହିଛି। ଏହା ମଧ୍ୟରେ ଉଚ୍ଚ ଫ୍ରିକ୍ୱେନ୍ସିର ଭେଣ୍ଟିଲେଟର, ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଓମ୍‍ନି ବେଡ୍‍ ସହିତ ଇନ୍‍କ୍ୟୁବେଟର, ଶିଶୁର ମୁଣ୍ଡ ଥଣ୍ଡା ରଖିବା ପ୍ରଣାଳୀ, ଅଧିକ ବିପଦପୂର୍ଣ୍ଣ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ଆଇସୋଲେସନ୍‍ ରୁମ୍‍, ସ୍ୱାଭାବିକ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ନର୍ସରୀ, ବେଡ୍‍ସାଇଡ ଇକୋ ଏବଂ ଇସିଜି ବ୍ୟବସ୍ଥା, ଇନ୍‍ହାଉସ୍‍ ଉନ୍ନତ ସିଟି ସ୍କାନ୍‍, ଏମ୍‍ଆର୍‍ଆଇ ଆଦି ରହିଛି। ଏଥିସହ ଜିପିଏସ୍‍ ସମୃଦ୍ଧ ଆମ୍ବୁଲାନ୍ସ, ନବଜାତ ଶିଶୁ ପରିବହନ ଭେଣ୍ଟିଲେଟର, ସ୍ପେଶାଲ ନିଓନାଟାଲ ଡେଫିବ୍ରିଲେଟର ଦ୍ୱାରା ଅସ୍ୱାଭାବିକ ହୃତ୍‍ସ୍ପନ୍ଦନ ସଠିକ୍‍ କରିବା ବ୍ୟବସ୍ଥା ଅଛି।

Leave A Reply