www.samajalive.in
Saturday, December 6, 2025
16.1 C
Bhubaneswar

ଅମାବାସ୍ୟାରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ମାସକୁ ଥରେ ଅମାବାସ୍ୟା ପଡିଥାଏ। ଏହିଦିନ ଚନ୍ଦ୍ରମା ଦେଖା ଯାଆନ୍ତି ନାହିଁ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଅମାବାସ୍ୟା ରାତ୍ରିରେ ନକରାତ୍ମକ ଶକ୍ତି ଅଧିକ ପ୍ରଭାବଶାଳୀ ହୋଇଥାଆନ୍ତି। ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଜାତକରେ ଅନେକ ଦୋଷ ରହିଯାଏ। ଅମାବାସ୍ୟା ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟ ଓ ଚନ୍ଦ୍ରମା ଗୋଟିଏ ଘରେ ରହିଯାଆନ୍ତି।

ଜ୍ୟୋତିଷଶାସ୍ତ୍ରରେ ଜାତକରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ସ୍ଥିତିକୁ ଦେଖି ଶିଶୁର ଭବିଷ୍ୟତ ସମ୍ବନ୍ଧରେ କୁହାଯାଏ। ସେମାନଙ୍କ ସ୍ଥିତିକୁ ଦେଖି ଶିଶୁକୁ ସମାଜରେ କେତେ ଯଶ, ମାନ-ସମ୍ମାନ ପ୍ରାପ୍ତି ହେବ ତାହା ମଧ୍ୟ ଜାଣି ହେବ। ଯଦି କୌଣସି ବ୍ୟକ୍ତିଙ୍କ ଜାତକର ପ୍ରଥମ ଭାବରେ ସୂର୍ଯ୍ୟ ଓ ଚନ୍ଦ୍ର ଥିବେ ତେବେ ତାଙ୍କୁ ନିଜ ପିତାମାତାଙ୍କ ସୁଖ ପ୍ରାପ୍ତି ହେବ ନାହିଁ।

- Advertisement -

ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ର ଓ ସୂର୍ଯ୍ୟ ଦଶମ ଭାବରେ ରହିଥିବେ ତେବେ ତାଙ୍କ ସ୍ବାସ୍ଥ୍ୟ ସର୍ବଦା ସୁସ୍ଥ ରହିବ। ଏହି ବ୍ୟକ୍ତିମାନଙ୍କର ନେତୃତ୍ବ ନେବାର କ୍ଷମତା ମଧ୍ୟ ଅଧିକ ରହିଥାଏ। ଏପରି ବ୍ୟକ୍ତି ଶତ୍ରୁଙ୍କ ଠାରୁ ବିଜୟ ପ୍ରାପ୍ତି କରିଥାଆନ୍ତି।

ଯେଉଁ ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ର ଓ ସୂର୍ଯ୍ୟ ସପ୍ତମ ଭାବରେ ରହିଥାଆନ୍ତି ତାଙ୍କୁ ସର୍ବଦା ନିଜ ପତ୍ନୀ ଓ ପୁତ୍ରଙ୍କ ଠାରୁ ଅପମାନିତ ହେବାକୁ ପଡିଥାଏ। ଏପରି ବ୍ୟକ୍ତିଙ୍କ ନିକଟରେ ଧନର କୌଣସି ଅଭାବ ରହିନଥାଏ।

ଯେଉଁ ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ର ଓ ସୂର୍ଯ୍ୟ ଚତୁର୍ଥ ଭାବରେ ରହିଥାଆନ୍ତି ତାଙ୍କୁ ଜୀବନ ସାରା ସୁଖରୁ ବଞ୍ଚିତ ରହିବାକୁ ପଡିଥାଏ। ଏପରି ବ୍ୟକ୍ତିମାନେ ଗରିବ ଶ୍ରେଣୀର ହୋଇ ଥାଆନ୍ତି।

ଅମାବାସ୍ୟାରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ଜୀବନରେ ଅନେକ ପ୍ରକାରର ଅସୁବିଧା ଭୋଗିବାକୁ ପଡିଥାଏ। ସେହି ଅସୁବିଧାକୁ ଦୂର କରିବା ପାଇଁ ଅନେକ ପ୍ରକାରର ଉପାୟ ରହିଛି। ଯେପରି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ସମ୍ବନ୍ଧିତ କୌଣସି ବସ୍ତୁ ଦାନ କରିପାରିବେ। ଧଳା ରଙ୍ଗର କୌଣସି ବସ୍ତୁ ମଧ୍ୟ ଦାନ କରିପାରିବେ। ଏହାସହ ନିଜେ ଧାରଣ ମଧ୍ୟ କରିପାରିବେ। ଅଧିକ ଗାଢ ରଙ୍ଗର ପୋଷାକ ପିନ୍ଧିବା ଅନୁଚିତ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories