www.samajalive.in
Saturday, December 6, 2025
14.1 C
Bhubaneswar

କ୍ଷୀର, ଦହି ବିକ୍ରି କରିବ ପତଞ୍ଜଳୀ

ନୂଆଦିଲ୍ଲୀ: ବାବା ରାମଦେବଙ୍କ ପତଞ୍ଜଳୀ ଅୟୁର୍ବେଦ ସଂସ୍ଥାନ ଦ୍ୱାରା ଭାରତୀୟ ବଜାରରେ ଦୁଗ୍ଧଜାତ ସାମଗ୍ରୀ ବିକ୍ରି ଆରମ୍ଭ କରିଛି। ଗୁରୁବାର ଦିଲ୍ଲୀ ସ୍ଥିତ ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ବାବା ରାମଦେବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସାମଗ୍ରୀ ମଧ୍ୟରେ କ୍ଷୀର, ଦହି, ପନୀର ଓ ଘୋଳ ଦହି ଅନ୍ୟତମ।
ପ୍ରଥମ ପର୍ଯ୍ୟାୟରେ ପତଞ୍ଜଳୀ ପକ୍ଷରୁ ଦିଲ୍ଲୀ ଏନସିଆର, ରାଜସ୍ଥାନ, ପୁନେ ଓ ମୁମ୍ବଇର ମୋଟ୍‍ ୫୬ହଜାର ଦୁଗ୍ଧ ବିକ୍ରେତାଙ୍କ ସହ ଉକ୍ତ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି। ଏମାନଙ୍କ ଦ୍ୱାରା ୨୦୧୯-୨୦ଆର୍ଥିକ ବର୍ଷରେ ପତଞ୍ଜଳୀ ୧୦ଲକ୍ଷ ଲିଟର କ୍ଷୀର ବିକ୍ରି କରିବାର ଲକ୍ଷ୍ୟ ରଖିଛି।
ପତଞ୍ଜଳୀ ପକ୍ଷରୁ ହର୍ବାଲ ପାନୀୟ ଜଳ ମଧ୍ୟ ବଜାରରେ ପ୍ରବେଶ କରିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଖୁବ୍‍ଶୀଘ୍ର ହର୍ବାଲ ପାନୀୟ ଜଳ ବଜାରକୁ ଆସିବ ବୋଲି ବାବା ରାମଦେବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେହିପରି ବିଦେଶୀ କମ୍ପାନୀଙ୍କ ସହ ତାଳ ଦେଇ ବଜାରରେ ଫ୍ରୋଜେନ ପନିପରିବା, ସୋଲାର ପ୍ୟାନେଲ ପରି ସାମଗ୍ରୀ ବିକ୍ରି କରିବାର କାର୍ଯ୍ୟକ୍ରମ ରହିଛି ବୋଲି ପତଞ୍ଜଳୀ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories