www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ପାଇଁ କେଉଁଠାରୁ ଆସୁଛି ପଥର ଓ ଏହାର କ’ଣ ରହିଛି କାରଣ

ନୂଆଦିଲ୍ଲୀ : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଭୂମି ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଜାଣନ୍ତୁ ରାମ ମନ୍ଦିର ନିର୍ମାଣ ପାଇଁ କେଉଁ ପଥର ଗୁଡ଼ିକର ଚୟନ ହୋଇଛି ଓ ଏହା କେଉଁ ସ୍ଥାନର।
ରାଜସ୍ଥାନର ଭରତପୁର ଜିଲା ସ୍ଥିତ ବୟାନାରେ ରାମ ମନ୍ଦିର ନିର୍ମାଣ ପାଇଁ ପଥର ଗୁଡ଼ିକ କାଟିବା-ଖୋଦନ କରିବାର କାର୍ଯ୍ୟ ପୁନଶ୍ଚ ଆରମ୍ଭ ହୋଇଛି। ଅଯୋଧ୍ୟାରେ ରାମଙ୍କ ମନ୍ଦିର ରାଜସ୍ଥାନର ପଥରରୁ ହିଁ ପ୍ରସ୍ତୁତ ହେବ। ଏଠାକାର ପଥର ହିଁ ଏହି ମନ୍ଦିର ପାଇଁ ଚୟନ ହୋଇଛି।
ଭରତପୁରର ବଂଶୀ ପହାଡ଼ପୁରର ପଥର ଗୁଡ଼ିକ ବିଷୟରେ ମାନ୍ୟତା ରହିଛି, ଏହି ପଥରର ଗୁଣ ବହୁତ ଭଲ। ଏହାସହ ଏହା ଅଧିକ ବର୍ଷ ପର୍ଯ୍ୟନ୍ତ ଏହାର ଚମକ ରହିଥାଏ। କେବଳ ଏହା ନୁହେଁ, ଏହା ପୂର୍ବରୁ ମଧ୍ୟ ଭରତପୁରରୁ ଅଧିକ ମାତ୍ରାରେ ରାମ ମନ୍ଦିର ନିର୍ମାଣ ପାଇଁ ପଥର ଆଯୋଧ୍ୟା ଆସିସାରିଛି। ଭରତପୁରର ରୁଦାବଲ କ୍ଷେତ୍ରରେ ବଂଶୀ ପହାଡ଼ପୁରର ପଥରର ବ୍ୟବହାର ପୂର୍ବରୁ ମଧ୍ୟ ପ୍ରାଚୀନ ଅଟ୍ଟାଳିକା ନିର୍ମାଣ ପାଇଁ ହୋଇଛି।
ବଂଶୀ ପହାଡ଼ପୁରରୁ ବାହାରୁଥିବା ପଥରର ପାଖାପାଖି ୫୦୦୦ ବର୍ଷର ବୋଲି କୁହାଯାଉଛି। ଏହି ପଥର ଗୁଡ଼ିକ ଉପରେ ପାଣି ପଡ଼ିଲେ ଏହା ଅଧିକ ଚମକିଥାଏ ବୋଲି ମଧ୍ୟ କୁହାଯାଏ।
ଏହା ମଧ୍ୟ କୁହାଯାଇଛି ରାମ ମନ୍ଦିର ନିର୍ମାଣ ପାଇଁ ୪ ଘନ ଫୁଟ ପଥରର ଆବଶ୍ୟକତା ରହିଛି। ଯାହା ବଂଶୀ ପହାଡ଼ପୁର ଠାରୁ ଯାଉଥିବାରୁ ଲୋକେ ମଧ୍ୟ ବେଶ ଖୁସି। କାରଣ ତାଙ୍କ ଅଂଚଳର ପଥର ରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବ।
ଭରତପୁର ଜିଲା ମୁଖ୍ୟାଳୟରୁ ପାଖାପାଖି ୫୫ କିଲୋମିଟର ଦୂର ବୟାନା ଉପଖଣ୍ଡ ସ୍ଥିତ ବଂଶୀ ପହାଡ଼ପୁରର ଚାରିପାଖରେ ପାହାଡ଼ ରହିଛି। ଯେଉଁଥିରୁ ଲାଲ ପଥର ମିଳିଥାଏ। ଏହି ପଥରରୁ ହିଁ ଦେଶର ଅଧିକାଂଶ ଐତିହାସିକ ଅଟ୍ଟାଳିକା , ମହଲ ଆଦି ନିର୍ମାଣ ହୋଇଛି। ଏଠାରୁ ହିଁ କିଛି ବର୍ଷରୁ ପଥର ରାମ ମନ୍ଦିର ନିର୍ମାଣ ପାଇଁ ନିଆଯାଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories