www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ବଦଳାଇଛି ଜୀବନ-ଜୀବିକା: କିଏ ବିକୁଛି ପରିବା ତ କିଏ ବିକୁଛି ପଇଡ଼

ରାଉରକେଲା: କରେନା ମହାମାରୀର ପ୍ରଭାବ ଏବେ ଜୀବନ ଜୀବିକାକୁ ସମ୍ପୂର୍ଣ୍ଣ ପ୍ରଭାବିତ କରୁଛି। କାମ ଧନ୍ଦା ନାହିଁ। ବିିଭନ୍ନ ସ୍ଥାନରେ କାମ ଧନ୍ଦା ବନ୍ଦ ହେବା ପରେ ପରିବାର ଏବେ କର୍ମକ୍ଷତ୍ରର ଠିକଣା ବଦଳି ଯାଉଛି। ଏହି ଭଳି ଅନେକ କାହାଣୀ ଏବେ ଦେଖିବାକୁ ମିଳୁଛି। ପରିବାର ପାଇଁ ବିକଳ୍ପ ବ୍ୟବସ୍ଥା ସେମାନଙ୍କ ପାଇଁ  ଆହ୍ୱାନ ପାଲଟିଛି। କୀଏ କାମ ଧନ୍ଦା ଅଭାବରୁ ନିଜର ମୂଳ ବୃତିକୁ ଛାଡ଼ି ରାସ୍ତା କଡ଼ରେ ଆଳୁ, ପିଆଜ ବିକିଲାଣି ତ କିଏ ପରିବା ଓ ଅନ୍ୟ ବେପାର କରୁଛି।

- Advertisement -

ସେଥିରୁ ଗୋଟିଏ ଉଦାହରଣ ହେଉଛନ୍ତି ଦେବବ୍ରତ । ପେଟ  ପାଇଁ ବଦଳି ଯାଇଛି ଦେବବ୍ରତର କର୍ମ କ୍ଷେତ୍ର। ବାସନ୍ତୀ କଲୋନୀ ଡିଏଭି ବସ୍ତିରେ ରହୁଥିବା ଦେବବ୍ରତ ମହାନନ୍ଦ ସରକାରୀ ଆଇଟିଆଇରୁ ଇଲେକ୍ଟିକାଲ ବିଭାଗରେ ପାସ କରିଛନ୍ତି। ବାପା, ମାଆ, ଭଉଣୀର ଦାୟିତ୍ୱ ଦେବବ୍ରତଙ୍କ ମୁଣ୍ଡ ଉପରେ। ରାଉରକେଲା ଇସ୍ପାତ କାରଖାନାରେ ଏକ ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ। ଯାହା କିଛି ଆୟ କରୁଥିଲେ, ପରିବାର ଚଳିବାରେ ବିଶେଷ କିଛି ଅସୁବିଧା ହେଉନଥିଲା। କାମ ବନ୍ଦ୍‍ ହେବା ପରେ ବିକଳ୍ପ ସ୍ୱରୁପ ଅନ୍ୟ କାରଖାନାରେ କାମ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଏବେ କରେନା ପାଇଁ ସବୁଆଡ଼େ ସ୍ଥିତି ଏକ ପ୍ରକାରର। ପରିବାର ପ୍ରତିପୋଷଣ କରିବାକୁ ପଡ଼ିବ। ଏଥିପାଇଁ ବାସନ୍ତୀ କଲୋନୀ ଡିଏଭି ଛକ ନିକଟରେ ଆରମ୍ଭ କରିଛନ୍ତି ପରିବା ବେପାର। ଏଥିରେ ସିଦ୍ଧହସ୍ତ ନଥିଲେ ମଧ୍ୟ ଯାହା ଦିପଇସା ଆସୁଛି, ସେଥିରେ କଷ୍ଟରେ ପରିବାର ଚଳାଇବାକୁ ଚେଷ୍ଟା କରୁଛନ୍ତି। ଅନୁରୂପ କାହାଣୀ ହେଉଛି ବାସନ୍ତୀ କଲୋନୀରେ ରହୁଥିବା ସୁରେନ୍ଦ୍ରଙ୍କର। ସେ ମଧ୍ୟ ସରକାରୀ ଆଇଟିଆଇରୁ ଇଲେକ୍ଟ୍ରିକାଲ ଟ୍ରେଡରେ ପାସ କରିଛନ୍ତି। ବିଭିନ୍ନ ଆଡ଼େ ନିଯୁକ୍ତି ପାଇଁ ଚେଷ୍ଟା କରିବା ପରେ ରାଉରକେଲାରେ ଇସ୍ପାତ କାରଖାନାରେ ଏକ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିଲେ। ଏବେ କିନ୍ତୁ କାମ ବହୁ ଦିନ ହେଲା ବନ୍ଦ୍‍ ଅଛି। ବାପା, ମାଆ, ଭଉଣୀ, ସାନ ଭାଇର ଦାୟିତ୍ୱ ପରି ପରିବାର ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। କାମ ଧନ୍ଦା ବନ୍ଦ୍‍ ହେବା ପରେ ସୁରେନ୍ଦ୍ର ଏବେ ଛେଣ୍ଡ ରାସ୍ତାରେ ଛତୁ, ଲେମ୍ବୁ ଓ ଅନ୍ୟ ସାମଗ୍ରୀ ବିକ୍ରୀ କରୁଛନ୍ତି।

ଗୁରୁଚରଣ ବେହେରାଙ୍କ କାହାଣୀ ମଧ୍ୟ ଏହିପରି। ସେକ୍ଟର-୫ କବି ସମ୍ରାଟପାଲୀରେ ରହୁଥିବା ଗୁରୁଚରଣଙ୍କ ଉପରେ ସ୍ତ୍ରୀ, ପୁଅ ଓ ଦୁଇ ଝିଅ ନିର୍ଭରଶୀଳ। ଏହା ସହିତ ଭଡ଼ା ଘରର ବୋଝ। ଗୁରୁ ଚରଣ ଜଣେ ଭଲ ରୋଷେୟା ଭାବେ ଜଣାଶୁଣା ଥିଲେ। ବହୁ ନାମୀ ଦାମୀ ରେଷ୍ଟୁରାଂଟରେ କାମ କରୁଥିଲେ। କରୋନା ମାଡ ଯୋଗୁଁ କାମ ଧନ୍ଦା ବନ୍ଦ୍‍ ହେଲା ଼। ପରିବାର ପ୍ରତିପୋଷଣ ପାଇଁ ରାସ୍ତା କଡ଼ରେ ପଇଡ଼ ବିକୁଛନ୍ତି ଗୁରୁଚରଣ। ଏଇଥିରୁ ଚାଲିଛି ପରିବାର। ଏହିଭଳି ଅନେକ ଘଟଣା ଏବେ ନଜରକୁ ଆସୁଛି। ଜୀବନ ଜୀବିକା ପାଇଁ ସାମ୍ପ୍ରତିକ ସ୍ଥିତି ସୃଷ୍ଟି କରିଛି ଆହ୍ୱାନ। ଏହି ଆହ୍ୱାନକୁ ମୁକାବିଲା କରିବା ପାଇଁ ବଦଳି ଯାଉଛି କର୍ମକ୍ଷେତ୍ରର ଠିକଣା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories