www.samajalive.in
Friday, December 12, 2025
27.1 C
Bhubaneswar

ଏଭିଜିସି ଟାସ୍କ ଫୋର୍ସ ଗଠନ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତରେ ନିର୍ମାଣ ଏବଂ ବ୍ରାଣ୍ଡ ଇଣ୍ଡିଆର ଆଲୋକବର୍ତ୍ତିକା ସାଜିବାରେ ଭାରତୀୟ ଆନିମେସନ, ଭିଜୁଆଲ ଇଫେକ୍ଟସ୍‌, ଗେମିଂ ଏବଂ କମିକ୍‌ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି ଓ ୨୦୨୫ ସୁଦ୍ଧା ବିଶ୍ବ ବଜାରର ୫% ଭାଗ ଅକ୍ତିଆର କରିବା ଲାଗି ଭାରତ ନିକଟରେ ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୟ ସୁଦ୍ଧା ଏଭିଜିସି କ୍ଷେତ୍ରରେ ଭାରତର କାରବାର ୪୦ ବିଲିୟନ ଆମେରିକୀୟ ଡଲାର ଛୁଇଁବ। ବାର୍ଷିକ ୨୫-୩୦% ଅଭିବୃଦ୍ଧି ସହ ଏହି କ୍ଷେତ୍ରରେ ବର୍ଷକୁ ୧ ଲକ୍ଷ ୬୦ ହଜାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏଭିଜିସି କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍‌ରେ ଏକ ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ ଏବଂ କମିକ୍ସ ଟାସ୍କଫୋର୍ସ ଗଠନ କରିବା ଲାଗି ଘୋଷଣା କରାଯାଇଥିଲା। ଘୋଷଣା ମୁତାବକ ଦେଶରେ ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ ଏବଂ କମିକ୍ସ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ଏଭିଜିସି ଟାସ୍କ ଫୋର୍ସ ଗଠନ କରାଯାଇଛି।

- Advertisement -

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କ ଫୋର୍ସରେ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ, ଉଚ୍ଚ ଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ, ଶିଳ୍ପ ଏବଂ ଅନ୍ତରୀଣ ବାଣିଜ୍ୟ ଓ ପ୍ରୋତ୍ସାହନ ବିଭାଗର ସଚିବମାନେ ସଦସ୍ୟ ରହିବେ।

ଏଭିଜିସି ପ୍ରୋତ୍ସାହନ ଟାସ୍କ ଫୋର୍ସରେ କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲଙ୍ଗାନା ରାଜ୍ୟ ସରକାର, ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଭଳି ଶିକ୍ଷା ସଂସ୍ଥାନର ମୁଖ୍ୟ ଏବଂ ଏମଇସସି, ଫିକ୍କି ଏବଂ ସିଆଇଆଇ ଭଳି ଶିଳ୍ପ ସଂସ୍ତାର ପ୍ରତିନିଧିମାନେ ରହିବେ। ଭାରତ ସରକାର, ରାଜ୍ୟ ସରକାର ଏବଂ ପ୍ରମୁଖ ଉଦ୍ୟୋଗ ପ୍ରତିନିଧିମାନଙ୍କର ସହଭାଗିତାରେ ଏଭିଜିସି ପ୍ରମୋସନ ଟାସ୍କ ଫୋର୍ସ ଏହି କ୍ଷେତ୍ରର ଅଭିବୃଦ୍ଧି ପାଇଁ ବିଶେଷ ଗୁରୁତ୍ବାରୋପ କରିବ। ନୀତିଗତ ପଦକ୍ଷେପକୁ ଆଗେଇ ନେବା ଲାଗି ସଂସ୍ଥାଗତ ପ୍ରୟାସ କରାଯିବ, ଭାରତରେ ଏଭିଜିସି ଶିକ୍ଷାର ମାନକ ପ୍ରତିଷ୍ଠା କରାଯିବ, ଉଦ୍ୟୋଗ ଏବଂ ଅନ୍ତର୍ଜାତୀୟ ଏଭିଜିସି ସଂସ୍ଥାନ ସହ ସହଭାଗିତା ପ୍ରତିଷ୍ଠା କରାଯିବ ଏବଂ ଭାରତୀୟ ଏଭିଜିସି ଉଦ୍ୟୋଗର ସ୍ଥିତି ବିଶ୍ବସ୍ତରରେ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ୯୦ ଦିନ ମଧ୍ୟରେ ଏଭିଜିସି ପ୍ରୋତ୍ସାହନ ଟାସ୍କଫୋର୍ସ ପ୍ରଥମ କାର୍ଯ୍ୟ ଯୋଜନା ରିପୋର୍ଟ ଦାଖଲ କରିବ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories