www.samajalive.in
Friday, December 5, 2025
26.1 C
Bhubaneswar

ଅଟୋ-କାର୍ ମୁହାଁମୁହିଁ ଧକ୍କା, ୫ ଆହତ

ଆଠଗଡ : ଆଠଗଡ ସହର ମଧ୍ୟ ଦେଇ ଯାଇଥିବା ମୁଣ୍ଡଳି ରାସ୍ତାର ରାସରସିକପୁର ନିକଟ ବିଦ୍ୟୁତ ସବଷ୍ଟେସନ ପାଖ ବୁଲାଣି ରାସ୍ତାରେ ରବିବାର ଏକ ଅଟୋ ସହ ଗୋଟିଏ କାରର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣା ଫଳରେ ଅଟୋ ଓଲଟି କିଛି ବାଟ ଘୋଷାଡି ହୋଇ ଯିବାରୁ ସେଥିର ବସିଥିବା ୪ଜଣ ଓ କାର ଚାଳକ ଆହତ ହୋଇଥିବା ଜଣାପଡିଛି । ଅଟୋଟି ସ୍ଥାନୀୟ ଅଞ୍ଚଳର ଏବଂ ନିଜ ଘର ଲୋକଙ୍କୁ ନେଇ ରାଧାଗୋବିନ୍ଦପୁରରୁ ଆଠଗଡ ଆସୁଥିବାବେଳେ ଅନୁଗୁଳରୁ ଭୁବନେଶ୍ଵର ଯାଉଥିବା ଏକ ହ୍ୟୁଣ୍ଡାଇ କ୍ରେଟା କାର ସହ ଉକ୍ତ ବୁଲାଣି ରାସ୍ତାରେ ଧକ୍କା ହୋଇଥିଲା ।

ସ୍ଥାନୀୟ ଲୋକ ଅଟୋରୁ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ । ଆହତ ମାନଙ୍କ ମଧ୍ୟରୁ ସତ୍ୟବ୍ରତ ବେହେରା ଓ ସୁଶ୍ରୀ ରାଜଲକ୍ଷ୍ମୀଙ୍କର ଗୋଡ ଭାଙ୍ଗିବା ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ଯାଇଛନ୍ତି । ଏଥିରେ ସାମାନ୍ୟ ଆହତ ହୋଇଥିବା ମଧୁସୂଦନ ପଲାଇ, ଅଟୋ ଚଲାଉଥିବା ମାଲିକ ନିଧିସଂକଟ ତାରିଣୀସେନ ପଲାଇ ଓ କାର ଚାଳକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିଲା । ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟିଯାକ ଗାଡି ଜବତ କରି ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ କରୁଛି ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories