www.samajalive.in
Friday, December 5, 2025
27.1 C
Bhubaneswar

ହିମାଚଳ ମଣ୍ଡିରୁ କଙ୍ଗନା ରାଣାୱତ, ୟୁପି ମିରଟରୁ ଅରୁଣ ଗୋଭିଲ, କୁରୁକ୍ଷେତ୍ରରୁ ନବୀନ ଜିନ୍ଦଲଙ୍କୁ ଟିକେଟ୍‍

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି । ୧୭ଟି ରାଜ୍ୟର ୧୧୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତାଲିକାରେ କଙ୍ଗନା ରାଣାୱତଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ପ୍ରାର୍ଥୀ ଭାବେ ଦଳ ଟିକେଟ ଦେଇଛି । ଲୋକପ୍ରିୟ ଧାରାବାହିକ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଖ୍ୟାତାନାମା ଅଭିନେତା ଅରୁଣ ଗୋଭିଲଙ୍କୁ ଉତ୍ତରପ୍ରଦେଶର ମିରଟରୁ ପ୍ରାର୍ଥୀ କରିଛି ବିଜେପି । ସେହିପରି କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ର ଆସନରୁ ଟିକେଟ ଦିଆଯାଇଛି ।
ଏଥର ସୁଲତାନପୁରରୁ ପୁଣି ପ୍ରାର୍ଥୀ ହେଉଛନ୍ତି ମେନକା ଗାନ୍ଧୀ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନଙ୍କୁ ଡୁମକା ଆସନରୁ ପ୍ରାର୍ଥୀ କରାଯାଇଛି । ବେଗୁସରାଇରୁ ଗିରିରାଜ ସିଂହ, ପାଟଣାସାହେବରୁ ରବିଶଙ୍କର ପ୍ରସାଦଙ୍କୁ ଦଳ ଟିକେଟ ଦେଇଛି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଭିକେ ସିଂହ, ପୂର୍ବତନ କେନ୍ଦ୍ରମନତ୍ରୀ ଅନନ୍ତ ହେଗଡେ, ସାଂସଦ ବରୁଣ ଗାନ୍ଧୀଙ୍କୁ ତାଲିକାରୁ ବାଦ ଦିଆଯାଇଛି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories