Patra electronics

ଓଲଟିଲା ଅଟୋ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ରୋଡ଼ରେ ଆଜି ଭୋର ସମୟରେ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ସେଥିରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି l ଆଜି ଭୋର ସାଢେ ୫ଟା ବେଳେ ପିତାତଳିର ମନୋଜ ମହାରଣା ଏବଂ ସ୍ତ୍ରୀ ରୀନା ମହାରଣା ଏକ ଯାତ୍ରୀବାହୀ ଅଟୋ ନଂ( ଓଡି୦୭-କ୍ଯୁ -୮୬୫୩) ଯୋଗେ ବ୍ରହ୍ମପୁର ସିଟି ହସ୍ପିଟାଲ ଯିବା ପାଇଁ ବାହାରି ଥିଲେ l ଅଟୋରେ ଆସୁଥିବା ସମୟରେ ରାମଚନ୍ଦ୍ରପୁର କୁକୁଡ଼ା ଫାର୍ମ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଫଳରେ ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଚାଳକ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ l

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ୧୦୮ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଡ଼ାକ୍ତର ରୀନା ମହାରଣାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବାମୀ ମନୋଜ ମହାରଣା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ  ଚିକିତ୍ସିତ ହେଉଥିବା ସୂଚନା ମିଳିଛି l ଏ ନେଇ ମୃତ ରୀନାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦେବା ପରେ ଏତଲାକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏହା ନେଇ ପୁଲିସ ତଦନ୍ତ କରୁଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି ।

Comments are closed.