BJD Bijuli 480×75 Mob

ଜ୍ଞାନର ଆଲୋକ …..

BJD Bijuli 480×75 Mob
0

ଏକ ଶୁଭ ଓ ପବିତ୍ର ଦିବସ ହେଉଛି ଗୁରୁଦିବସ। ଗୁରୁ ହେଉଛନ୍ତି ଏପରି ଏକ ବ୍ୟକ୍ତି ଯେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନର ଆଲୋକ ପ୍ରଦାନ କରନ୍ତି। ସମାଜର ଏକ ବିଶେଷ ଭାର ବହନ କରୁଥିବା ବ୍ୟକ୍ତିତ୍ୱ  ହେଉଛନ୍ତି ଗୁରୁ। ତାଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ପ୍ରଧାନ କର୍ତ୍ତବ୍ୟ। କାରଣ ସେ ଆମକୁ ସଂପୂର୍ଣ୍ଣ ଭାବେ ଜୀବନକୁ ଗଢି ତୋଳିବାରେ  ସାହାଯ୍ୟ କରିଥାଆନ୍ତି । ସେପ୍ଟେମ୍ବର ୫ ତାରିଖରେ ଗୁରୁଦିବସ ପାଳନ ଭାବେ ପାଳନ କରାଯାଏ। ଜୀବନରେ ଗୁରୁଙ୍କ ମୂଲ୍ୟ କେତେ ଗୁରୁତ୍ୱପୂର୍ଣ୍ଣ, ତାହାକୁ ବାଖ୍ୟା କରିବା ନିମନ୍ତେ ଏହି ଦିନକୁ ପାଳନ କରାଯାଇଥାଏ  । ଶିକ୍ଷକ ସମାଜ ହେଉଛି ସମାଜର ମେରୁଦଣ୍ଡ । ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଭାବେ ଓ ଜୀବନକୁ ସୂଚାରୁ ରୂପେ ଗଢିବା ନିମନ୍ତେ ଯାହା ଆବଶ୍ୟକ ସେଥିରେ ଗୁରୁ ବା ଶିକ୍ଷକ  ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି । ଶିକ୍ଷା ପ୍ରଦାନ କରିବା ହେଉଛି ଏକ ମହତ୍‍ କାର୍ଯ୍ୟ ଏବଂ ସମାଜକୁ ଛାତ୍ରଛାତ୍ରୀଙ୍କ ଜୀବନକୁ ପ୍ରତିଷ୍ଠିତ , ଉନ୍ନତିମୂଳକ, କରି ଗଢିଥାଆନ୍ତି ଗୁରୁ। ତେଣୁ ଗୁରୁ ଚିର ନମସ୍ୟ। ତେଣୁ କୁହାଯାଇଛି – ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ , ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ , ତସ୍ମୈୟୀ ଶ୍ରୀ ଗୁରୁବେ ନମଃ। ଅର୍ଥାତ ଗୁରୁ ସମସ୍ତ ଈଶ୍ୱରଙ୍କ ସହ ସମାନ। ତେଣୁ ମନ୍ଦିର ଯେପରି ଭଗବାନଙ୍କ ଗୃହ ଆମେ ସେଠାରେ ଯାଇ ନତମସ୍ତକ କରି ନିଜର ଉନ୍ନତି ପାଇଁ କାମନା କରୁ ଗୁରୁ ମଧ୍ୟ ସେହିପରି ଆମକୁ ଜ୍ଞାନ ପ୍ରଦାନ କରି ଆମକୁ ଜୀବନର ଉପଯୁକ୍ତ ମାର୍ଗର ପ୍ରଦର୍ଶନ କରାଇଥାଆନ୍ତି। ତେଣୁ ସେହି ପବିତ୍ର ଚରଣରେ ନିଜର ମଥା ନୁଆଁଇ ଏହି ଗୁରୁଦିବସକୁ ପାଳନ କରିବା ହେଉଛି ଆମର ସୌଭାଗ୍ୟ।

Leave A Reply