www.samajalive.in
Saturday, December 6, 2025
16.1 C
Bhubaneswar

ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇଁ ଚାଲିଛି ଉଦ୍ୟମ: ମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାରେ ଆଜି ଉଠିଥିଲା ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପ୍ରସଙ୍ଗ। ଏହା ଉପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନର କୌଣସି ବିଧିବଦ୍ଧ ବ୍ୟବସ୍ଥା ନାହିଁ। ତଥାପି ବାଲିଯାତ୍ରା ଓ ଧନୁଯାତ୍ରା ଭଳି ମେଳା ମହୋତ୍ସବକୁ ୟୁନେସ୍କୋ ଦ୍ବାରା ସଂରକ୍ଷିତ ଐତିହ୍ୟର ମାନ୍ୟତା ପ୍ରଦାନ ପାଇଁ ଉଦ୍ୟମ ଚାଲିଛି, ଏଥିପାଇଁ ବିଶେଷଜ୍ଞ କମିଟି ଗଠନ ହୋଇଛି ବୋଲି ସେ ସୂଚନା ଦେଇଥିଲେ। ସେହିପରି କଟକ ବାଲିଯାତ୍ରାରେ ମୋଟ ୨୪୩୮ ଷ୍ଟଲ୍‌ ଆବଣ୍ଟନ କରାଯାଇଥିଲା। ସେଥିମଧ୍ୟରୁ ନିଲାମ ଦ୍ବାରା ୧୧୮୮ଟି, ସ୍ଥିରୀକୃତ ଦର ଆଧାରରେ ୧୨୫ଟି ଷ୍ଟଲ୍‌ ଆବଣ୍ଟନ କରାଯାଇଥିଲା। ଷ୍ଟଲ୍‌ ଆବଣ୍ଟନ ଓ ବିଭିନ୍ନ ପ୍ରାୟୋଜକ ସଂସ୍ଥାଠାରୁ ସର୍ବମୋଟ ୬କୋଟି ୩୮ଲକ୍ଷ ୨୬ହଜାର ୪୪୬ ଟଙ୍କା ଆଦାୟ ହୋଇଥିଲା।
ବାଲିଯାତ୍ରାରେ ନିଲାମ ଜରିଆରେ କେତେ ଟଙ୍କା ଆସିଛି, ଜାତୀୟ ମାନ୍ୟତା ପାଇଁ ଦାବି ଉଠୁଥିବାବେଳେ ନିଲାମକୁ କାହିଁକି ପ୍ରୋତ୍ସାହିତ କରାଯାଉଛି, ଏହା ଜରିଆରେ କେତେ ରାଜସ୍ବ ଆସୁଛି, ନିଲାମ ସମ୍ପୂର୍ଣ୍ଣ ବନ୍ଦ କାହିଁକି କରାଯାଉ ନାହିଁ ସେଥିନେଇ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ଏହାର ତର୍ଜମା କରାଯିବାର ଆବଶ୍ୟକତା ରହିଛି। କଟକ ବାଲିଯାତ୍ରା ପାଇଁ ସରକାର ୧କୋଟି ଟଙ୍କା ଆବଣ୍ଟନ କରିଥିଲେ। କୌଣସି ମେଳାକୁ ସରକାରଙ୍କର ଜାତୀୟ ମାନ୍ୟତା ପ୍ରଦାନ ପାଇଁ କୌଣସି ପ୍ରାବଧାନ ନାହିଁ। ଏଥିପାଇଁ କେବଳ ସରକାର ପୃଷ୍ଠପୋଷକତା ଦେଇଥାନ୍ତି ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ବିଧାୟକ ଦୁଷ୍ମନ୍ତ ସ୍ବାଇଁ ନୀଳମାଧବଙ୍କ ଯାତ୍ରା, ମାଘମେଳା ପାଇଁ ମନଇଚ୍ଛା ଷ୍ଟଲ୍‌ ଅନ୍ୟତ୍ର କରାଯାଉଥିବାରୁ ଏହାକୁ ବ୍ୟବସ୍ଥିତ କରାଯିବା ସହିତ ଏଥିପାଇଁ ଆର୍ଥିକ ବ୍ୟବସ୍ଥା କରିବାକୁ ଦାବି କରିଥିବାବେଳେ ବିଧାୟକ ଶାରଦା ପ୍ରଧାନ କହିଥିଲେ ବାଲିଯାତ୍ରା ନିଲାମରେ ଅନିୟମିତତା ସହିତ ଏଠାରେ ନିର୍ମିତ ବୈଷ୍ଣବ ପାଣି ମଞ୍ଚରେ ତାଙ୍କୁ ଉପେକ୍ଷା କରାଯିବା ଏବଂ ମଞ୍ଚରେ ଓଡ଼ିଶା ବାହାରୁ ଆସିଥିବା ଦଳ ରେକର୍ଡ କରିବା ଘଟଣା ଆମର ପରମ୍ପରା, ଅସ୍ମିତାକୁ ଅପମାନିତ କରାଯାଇଛି। ଏହାର ତଦନ୍ତ କରିବାକୁ ସେ ଦାବି କରିଥିଲେ। ମନ୍ତ୍ରୀ କହିଥିଲେ ଷ୍ଟଲ୍‌ ଆବଣ୍ଟନ, ରାଜସ୍ବ ଆଦାୟ, ପରିଚାଳନା ଆଦି କାମ ତାଙ୍କ ବିଭାଗର ନୁହେଁ, ତଥାପି ଏଥିନେଇ ଆଲୋଚନା କରାଯିବ। ମଞ୍ଚ ନାମିତ କରିବା, କଳାକାର ଆଣିବା ଆଦି ବିଷୟରେ କଟକ ଜିଲା ସାଂସ୍କୃତିକ ପରିଷଦ ନିଷ୍ପତ୍ତି ନେଇଥାଏ ଏବଂ ଜିଲାପାଳ ଏହାର ଅଧ୍ୟକ୍ଷ। ତେବେ ବିଧାୟକଙ୍କୁ ନିମନ୍ତ୍ରଣ କରା ନଯିବା, ମଞ୍ଚରେ ଅଶୋଭନୀୟ ପ୍ରଦର୍ଶନ ଆଦି ବିଷୟରେ ବିଭାଗ ପଦ‌େ‌କ୍ଷପ ଗ୍ରହଣ କରିବ ବୋଲି ଶ୍ରୀ ସୂରଜ କହିଥିଲେ।
ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବାଲିଯାତ୍ରାରେ ତାରକସି କାମ ଓ ଅନ୍ୟାନ୍ୟ ପାରମ୍ପରିକ ବ୍ୟବସାୟୀଙ୍କୁ ସୁଯୋଗ ଦେବା ଏବଂ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ପ୍ରସଙ୍ଗରେ କି ପଦ‌େ‌କ୍ଷପ ଗ୍ରହଣ କରାଯାଇଛି ସେଥିନେଇ ପ୍ରଶ୍ନ କରିଥିବାବେଳେ, ଦଶପଲ୍ଲା ବିଧାୟକ ରମେଶ ବେହେରା ୧୮୦୨ରୁ ତାଙ୍କ ଅଞ୍ଚଳରେ ହୋଇଆସୁଥିବା ଲଙ୍କାପୋଡ଼ି ଯାତ୍ରାକୁ ଅନୁଦାନ ପ୍ରଦାନ, ବିଧାୟକ ରମାକାନ୍ତ ଭୋଇ ଚେଳିତୋଳ ବାଲିଯାତ୍ରାକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଦାବି ଉଠାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories