www.samajalive.in
Sunday, December 14, 2025
26.1 C
Bhubaneswar

ଆତଙ୍କବାଦୀ ଶିବିର ଉପରେ ଆକ୍ରମଣକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଶଂସା

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର ଇଲାକାର ଆତଙ୍କବାଦୀ ଶିବିର ଉପରେ ବିମାନ ବାହିନୀର ବୋମାମାଡ଼କୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଶଂସା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ଇଚ୍ଛା ବଳରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଛି ବୋଲି ବି.ଜେ.ପି. କହିଥିବା ବେଳେ ଦଳର ସାଧାରଣ ସମ୍ପାଦକ ରାମ ମାଧବ କହିଛନ୍ତି, ପୁଲ୍‍ୱାମା ଆତଙ୍କବାଦୀ ଆକ୍ରମଣରେ ଯବାନମାନଙ୍କ ଶହୀଦ୍‍ ହୋଇଥିବା ଘଟଣାରେ କଷ୍ଟ ଓ ଦୁଃଖ ପାଇଥିବା ପ୍ରତ୍ୟେକ ଭାରତୀୟମାନେ ଆନନ୍ଦ ପ୍ରକାଶ କରିଛନ୍ତି। ଏଭଳି ବିଚକ୍ଷଣ କାର୍ଯ୍ୟାନୁଷ୍ଠାନ ପାଇଁ ସେ ବିମାନ ବାହିନୀକୁ ସାଲ୍ୟୁଟ୍‍ ଜଣାଇଛନ୍ତି। କଂଗ୍ରେସ ସଭାପତି ରାହୁଲ୍‍ ଗାନ୍ଧି ବିମାନ ବାହିନୀର ପାଇଲ୍‍ଟମାନଙ୍କୁ ସାଲ୍ୟୁଟ୍‍ ଜଣାଇଛନ୍ତି। ଭାରତୀୟମାନଙ୍କୁ ନିରାପଦ ରଖିବାରେ ବିମାନ ବାହିନୀର ଭୂମିକାକୁ ଦଳ ପକ୍ଷରୁ ପ୍ରଶଂସା କରାଯାଇଛି। ଦିଲ୍ଲୀ ବିଧାନସଭା ବଜେଟ୍‍ ଅଧିବେଶନରେ ଉପସ୍ଥିତ ବିଧାୟକମାନେ ଏହି ଆକ୍ରମଣକୁ ପ୍ରଶଂସା କରିଛନ୍ତି। ବିମାନ ବାହିନୀକୁ ପ୍ରଶଂସା କରି ମହାରାଷ୍ଟ୍ର ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ବିମାନ ଆକ୍ରମଣକୁ ସ୍ୱାଗତ ଜଣାଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories