www.samajalive.in
Saturday, December 6, 2025
26.1 C
Bhubaneswar

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ଆକ୍ରମଣ, ୧ ଗିରଫ

ସମାଜ ଡିଜିଟାଲ ଡେସ୍କ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ଆକ୍ରମଣ। ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଆକ୍ରମଣ ହୋଇଛି। ପ୍ରଭାସ ରଞ୍ଜନ ମହାନ୍ତିଙ୍କୁ ବିଜୁ ଛାତ୍ର ଜନତା ଦଳ ନେତା ରେଭେନ୍ସା କ୍ୟାମ୍ପସ ଭିତରେ ମରଣାନ୍ତକ ଆକ୍ରମଣ ନେଇ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି। ଏହି ଆକ୍ରମଣ ଘଟଣାରେ ଜଣେ ପୂର୍ବତନ ଛାତ୍ର ଗରିଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାଁ ବବି ଖାନ। ଆହତ ଛାତ୍ରଙ୍କ ଅଭିଯୋଗକ୍ରମେ ମାଲଗୋଦାମ ଥାନା ପୁଲିସ ତାଙ୍କୁ ଗିରଫ କରିଛି। ବବିଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି। ଦୁଇ ଦିନ ତଳେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

ସୂଚନା ଅନୁସାରେ, ପ୍ରଭାସ ରଞ୍ଜନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଲୁହା ପାଇପରେ ଆକ୍ରମଣ କରାଯାଇଛି। ଏନେଇ ଏକ୍ରାମ ଖାନ ଓରଫ ବବିଙ୍କ ସହ ଅନ୍ୟ ତିନି ଜଣଙ୍କ ନାମରେ ଲିଖିତ ଅଭିଯୋଗ ହୋଇଛି। ମାଲଗୋଦାମ ଥାନା ପୁଲିସ ମାମଲାକୁ ଗ୍ରହଣ କରି ତଦନ୍ତ ଚଳାଇଛି। ଗତକାଲି ଥାନାରେ ଦିଆଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ, ପ୍ରଭାସ ରେଭେନ୍ସା ବାହାରକୁ ସନ୍ଧ୍ୟା ସମୟରେ ଯାଇଥିବାବେଳେ ବିଜୁ ଛାତ୍ର ଜନତା ଦଳ ନେତା ଲୁହା ପାଇପରେ ବାଡେଇ ବାଡେଇ ରେଭେନ୍ସା ଭିତରକୁ ନେଇଥିଲେ। ସେଠାରେ ଅନ୍ୟ ତିନି ଜଣ ମିଶି ଜୀବନରୁ ମାରିଦେବା ଭଳି ଆକ୍ରମଣ କରିଥିଲେ। ସେମାନଙ୍କ ନାମରେ ମାଲଗୋଦାମ ଥାନାରେ ୬ ଗୋଟି ଦଫା ଲଗେଇଛି ପୁଲିସ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories