ଦିବ୍ୟାଙ୍ଗ ପୁଅର ଆକ୍ରମଣରେ ବାପା ଗୁରୁତର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ପଂଚାୟତ ଅଧିନରେ ଥିବା ଗଦାଡି ଗ୍ରାମରେ ବୁଧବାର ଏକ ଅଭାବନିୟ ଘଟଣା ଘଟିଛି । ଜଣେ ଦିବ୍ୟାଙ୍ଗ ପୁଅର ଆକ୍ରମଣରେ ବାପା ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।
ସୂଚନା ପ୍ରକାରେ,ବୁଧବାର ଗଦାଡି ଗ୍ରାମର ପାଲେନା ବିନ୍ଧାଣୀ (୫୬)ଙ୍କ ସହ ତାଙ୍କ ବଡପୁଅ ନଟବର ବିନ୍ଧାଣୀଙ୍କର କୌଣସି ପାରିବାରିକ କଥାକୁ ନେଇ ବଚସା ହୋଇଥିଲ। । ଏଥିରେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ବଡପୁଅ ନିଜ ଆଶାବାଡିରେ ନିଜ ବାପାକୁ ମାଡ ମାରିବା ସହ ଏକ ଧାରୁଆ ଅସ୍ତ୍ରରେ ବେକକୁ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ପାଲେନିଙ୍କୁ ତାଙ୍କ ଦୁଇ ସାନପୁଅ ନରେନ୍ଦ୍ର ବିନ୍ଧାଣୀ ଓ ବାଳକ ବିନ୍ଧାଣୀ ପ୍ରଥମେ ନୂଆପଦର ସ୍ଥିତ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସାପରେ ଅଧିକ ଚିିକିତ୍ସାର ଆବଶ୍ୟକତା ଯୋଗୁଁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅଧିକ ଚିିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
Comments are closed.