www.samajalive.in
Wednesday, December 10, 2025
23.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣରେ ସାମିଲ ଥିବା ୪ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣରେ ସାମିଲ ଥିବା ୪ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଉ ଡାକ୍ତରୀ ଅଭ୍ୟାସ କରିପାରିବେନି ଏହି ୪ଜଣ । ଜାତୀୟ ମେଡିକାଲ କମିଶନ ନିଜ ସରକାରୀ ରେଜିଷ୍ଟରରୁ ସେମାନଙ୍କ ନାଁ କାଟି ଦେଇଛି । ବିସ୍ଫୋରଣ ପରେ ବେଆଇନ କାର୍ଯ୍ୟକଳାପ ଆଇନ ଅନୁଯାୟୀ ମାମଲା ରୁଜୁ ହେବା ପରେ ଜାତୀୟ ମେଡିକାଲ କମିଶନ ଶୁକ୍ରବାର ଦିନ ମୁଜାଫର ଅହମ୍ମଦ, ଡାକ୍ତର ଆଦିଲ୍‌ ଅହମ୍ମଦ ରାଠର, ଡାକ୍ତର ମୁଜାମ୍ମିଲ ସକିଲ୍‌ ଏବଂ ଡାକ୍ତର ଶାହିନ ସଇଦଙ୍କ ନାଁ କାଟି ଦିଆଯାଇଛି । କମିଶନଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଡାକ୍ତରମାନେ ନା ଅଭ୍ୟାସ କରିପାରିବେ ନା କୌଣସି ରୋଗୀଙ୍କ ଚିକିତ୍ସା କରିପାରିବେ । ଦିଲ୍ଲୀ ବୋମା ବିସ୍ଫୋରଣରେ ସମ୍ପୃକ୍ତ ଏହି ଆତଙ୍କବାଦୀ ଡାକ୍ତରମାନେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ପୁଣି ଥରେ ଡାକ୍ତର ହୋଇପାରିବେ ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories