www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ରାକ୍ଟର ଲଗା କରତକଳ ସହ ବହୁ ଶାଗୁଆନ କାଠ ଜବତ

ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ ମେଘା କଣ୍ଡରାସାହିରୁ ମଙ୍ଗଳବାର ଗୋଟିଏ ଟ୍ରାକ୍ଟର ଲଗା କରତକଳ ସହିତ ବହୁ ପରିମାଣର ଶାଗୁଆନ କାଠ ଜବତ କରାଯାଇଛି। ମେଘା ଗ୍ରାମର କଣ୍ଡରାସାହିରେ ବେଆଇନ ଭାବେ ଏକ ଟ୍ରାକ୍ଟରରେ ଲାଗିଥିବା କରତକଳ ଦ୍ୱାରା ଶାଗୁଆନ କାଠ ଚିରଟ କରାଯାଇ ଚୋରା ଚାଲାଣ କରାଯାଉଥିଲା। ନିକଟସ୍ଥ ସୁକାଶନ ଏବଂ ବୌଦା-ବନଖଣ୍ଡି ସଂରକ୍ଷିତ ଜଙ୍ଗଲ ସମେତ ମେଘା ନିକଟସ୍ଥ ମହାନଦୀ କୂଳରେ ଥିବା ଜଗନ୍ନାଥ ବନ ପ୍ରକଳ୍ପରୁ ଧୁରୁକୁଡିଆ ଓ ମେଘା ଗ୍ରାମର କିଛି ଚୋରା କାଠ ମାଫିଆ ନିୟମିତ ଗଛ କାଟି କାଠ ବିକ୍ରି କରୁଥିବାର ବହୁ ନଜିର ରହିଛି। ମଙ୍ଗଳବାର ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ନିର୍ଦେଶକ୍ରମେ କରାଯାଇଥିବା ଏହି ଚଢାଉରେ ଆଠଗଡ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଓ ବନପାଳ ସୁଶୀଲ କୁମାର ଜେନାଙ୍କ ସମେତ ବନବିଭାଗ ସ୍ଵତନ୍ତ୍ର ସ୍କ୍ୱାଡ୍‌ର ୧୦ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ। ଚଢାଉ ସମୟରେ ଘଟଣାସ୍ଥଳରୁ ଏକ ପୁରୁଣା ଟ୍ରାକ୍ଟର ମାଧ୍ୟମରେ ଚଲାଯାଉଥିବା ଓ ଟ୍ରାକ୍ଟର ପଛପଟେ ଲାଗିଥିବା କରତକଳ ସହିତ ସେଠାରେ କଟା ଯାଇଥିବା ଓ ଚିରଟ ପାଇଁ ରଖାଯାଇଥିବା ୮ଟି ବଡ ଶାଗୁଆନ ଲଗ ସହ କିଛି ଚିରଟ କାଠ ଜବତ କରାଯାଇଥିଲା । ଜବତ ପ୍ରାୟ ୪୦ ଘନଫୁଟ ସାଗୁଆନ କାଠ ଏବଂ ଟ୍ରାକ୍ଟର ସହ କରତକଳର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ । ଚଢାଉ ପୂର୍ବରୁ ତୋରା କାଠ ମାଫିଆ ସେଠାରୁ ଫେରାର ହୋଇଯାଇଥିବାରୁ କାହାରିକୁ ଗିରଫ କରାଯାଇ ପାରିନଥିଲା । ତେବେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ଏବଂ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories