www.samajalive.in
Friday, December 12, 2025
23.1 C
Bhubaneswar

‘ଦିବ୍ୟାଙ୍ଗଙ୍କୁ ସଶକ୍ତ କରିବା ଲାଗି ସରକାର ପ୍ରତିବଦ୍ଧ’

ଆଠଗଡ଼: ଆଠଗଡ଼ ବିଜୁ ଜନତା ଦଳ  ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଶ୍ରୀରାମ ପ୍ୟାଲେସ ମଣ୍ଡପଠାରେ ଦିବ୍ୟାଙ୍ଗମାନଙ୍କୁ ନେଇ ଏକ ବୈଠକ ପ୍ରଦୀପ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଭିନ୍ନକ୍ଷମ ଓ ସାମାଜିକ ନ୍ୟାୟ ବିଭାଗ ତରଫରୁ ଦିବ୍ୟାଙ୍ଗମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରତିବଦ୍ଧ ଥିବା ଏବଂ ଏଥିପାଇଁ ବହୁ ପଦକ୍ଷେପ ନିଆଯାଉଛି ବୋଲି ପ୍ରକାଶ କରିଥିଲେ । ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବୀ କରାଯିବା ସହ ପ୍ରତ୍ୟେକ ଦିବ୍ୟାଙ୍ଗ ଯେପରି ପରିବାର ପାଇଁ ବୋଝ ନହେବେ ସେ ଦିଗରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବ୍ୟକ୍ତିଗତ ଭାବେ ସରକାରୀସ୍ତରରେ ଉଦ୍ୟମ କରିବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବ୍ୟାଙ୍ଗମାନେ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସମ୍ମାନର ସହିତ ବଞ୍ଚିବେ ସେଥିପାଇଁ ସରକାରୀସ୍ତରରେ ବ୍ୟବସ୍ଥା କରୁଛନ୍ତି ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଏହି ବୈଠକରେ ପ୍ରାୟ ୧୫୦ଜଣ ଦିବ୍ୟାଙ୍ଗ ଯୋଗ ଦେଇ ସେମାନଙ୍କର ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଏବଂ ସେମାନଙ୍କର ସମସ୍ୟାଗୁଡିକର ସମାଧାନ ଦିଗରେ ଉଦ୍ୟମ କରିବେ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଦିବ୍ୟାଙ୍ଗମାନଙ୍କ ମଧ୍ୟରୁ ଅମୀୟ କୁମାର ସାହୁ, ଅଚ୍ୟୁତ ସାହୁ, ସନାତନ ସାହୁ ପ୍ରମୁଖ ନିଜ ବକ୍ତବ୍ୟରେ ଦିବ୍ୟାଙ୍ଗମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ । ଏନଏସି ବିଜେଡି ସଭିପତି ଶିଶିର ପ୍ରସାଦ ମାନସିଂହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories