www.samajalive.in
Friday, December 12, 2025
23.1 C
Bhubaneswar

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ, ଆଗାମୀ ୧୩ରୁ ୧୫ ପର୍ଯ୍ୟନ୍ତ ବର୍ଷିବ ନିଆଁ

ଭୁବନେଶ୍ବର: ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ରାଜ୍ୟରେ ୩ ଦିନ ପାଇଁ କିଛି ଜିଲାରେ ପ୍ରଚଣ୍ଡ ଖରା ହେବ। ଏପ୍ରିଲ ୧୩, ୧୪ ଓ ୧୫ରେ ରାଜ୍ୟରେ ଅଗ୍ନିବର୍ଷୀ ଖରା ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଇଛି। ତେଣୁ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏହାସହିତ ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଉତ୍ତର-ପଶ୍ଚିମ-ପଶ୍ଚିମରୁ ପ୍ରବାହିତ ତତଲା ବାୟୁ ଓଡ଼ିଶା ମଧ୍ୟକୁ ପ୍ରବାହିତ ହେବ। ଫଳରେ ଦିନର ତାପମାତ୍ରା ସ୍ୱଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବିଶେଷକରି ଆଭ୍ୟନ୍ତରିତ ଓଡ଼ିଶାରେ ଆସନ୍ତା ୪ ଦିନ ପାଇଁ ଅସହ୍ୟ ତାତି ଅନୁଭୂତ ହେବ। ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ରେକର୍ଡ କରାଯାଇପାରେ। ଏଥିପାଇଁ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରିବା ବେଳେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ। ଏହାସହିତ ରାଜ୍ୟରେ ଆଗାମୀ ୪ରୁ ୫ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିପାରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

- Advertisement -

ଆଜି ରାଜଧାନୀରେ ଦିନ ବଢ଼ିବା ସହ ତାତି ମଧ୍ୟ ଅସହ୍ୟ ହୋଇପଡ଼ିଥିଲା। ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୧ ଡିଗ୍ରିରେ ପହଞ୍ଚିଥିଲାବେଳେ ଦିନ ସାଢ଼େ ୧୧ଟା ସୁଦ୍ଧା ୩୭.୨ ଡିଗ୍ରି ଓ ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ୩୯ ଡିଗ୍ରି ଅତିକ୍ରମ କରିଥିଲା। ଶେଷରେ ୪୦ ଡିଗ୍ରିରେ ପହଞ୍ଚୁ ପହଞ୍ଚୁ ଅଳ୍ପ କିଛି ବ୍ୟବଧାନ ଅର୍ଥାତ ୩୯.୭ ଡିଗ୍ରି ସର୍ବୋଚ୍ଚ ତାପମାତ୍ରା ସହ ରାଜଧାନୀର ପାରଦ ସ୍ତର ବନ୍ଦ ହୋଇଥିଲା। ତେବେ ଝାରସୁଗୁଡ଼ା ଓ ସମ୍ବଲପୁର ରାଜ୍ୟର ସବୁଠୁ ଉତପ୍ତ ସହର ଭାବେ ପରିଗଣିତ ହୋଇଥିଲା।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories