ଆଠଗଡ ଛାତ୍ର ଜାତୀୟ ବକ୍ସିଂ ଚାମ୍ପିଅନସିପ୍ ପାଇଁ ମନୋନୀତ

ଆଠଗଡ : ଆଠଗଡର ଜଣେ ଛାତ୍ର ଜାତୀୟ ବକ୍ସିଂ ଚାମ୍ପିଅନସିପରେ ଭାଗ ନେବା ପାଇଁ ଓଡ଼ିଶା ଦଳରେ ପ୍ରତିନିଧିତ୍ବ ନିମନ୍ତେ ମନୋନୀତ ହୋଇଛନ୍ତି। ଗତ ୨୧ ଓ ୨୨ ତାରିଖରେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ମନୋନୟନ ପ୍ରତିଯୋଗିତାରେ କଟକ ଜିଲ୍ଲା ତରଫରୁ ଆଠଗଡର ଦୁଇଜଣ ଛାତ୍ର ଭାଗ ନେଇଥିଲେ । ସମସରପୁରସ୍ଥିତ ସାବିତ୍ରୀ ରଥ ବିଦ୍ୟାପୀଠର ଛାତ୍ର ସୌମ୍ୟରଞ୍ଜନ ସାମନ୍ତରାୟ ଓ ଗୋପବନ୍ଧୁ ବିଜ୍ଞାନ କଲେଜ ଛାତ୍ର ସୁବ୍ରତ ବେହେରା କଟକ ଜିଲା ବକ୍ସି ଆସୋସିଏସନ ପାଇଁ ପ୍ରତିନିଧିତ୍ବ କରିଥିଲେ । ବକ୍ସିଂ ପ୍ରତିଯୋଗିତାର ୪୬-୪୮ କେଜି ବର୍ଗରେ ସୁବ୍ରତ ପ୍ରଥମେ ସୁନ୍ଦରଗଡ ଓ ଫାଇନାଲରେ ଗଞ୍ଜାମକୁ ହରାଇ ଆଗାମୀ ଦିନରେ ଆସାମରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଥିଲେ । ସେହିପରି ସାବିତ୍ରୀ ରଥ ବିଦ୍ୟାପୀଠର ଛାତ୍ର ସୌମ୍ୟରଞ୍ଜନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉଭୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଥିବା କଟକ ଜିଲ୍ଲାର ମୁଖ୍ଯ ପ୍ରଶିକ୍ଷକ ଅଂଞ୍ଜନ ଦାଶ ଓ ତାଲିମ ପ୍ରଶିକ୍ଷକ ସନ୍ତୋଷ ବେହେରାଙ୍କ ସମେତ ଅନ୍ୟମାନେ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।
Comments are closed.