www.samajalive.in
Sunday, December 14, 2025
23.1 C
Bhubaneswar

ଅବକାରୀ ଚଢାଉ, ୬୬୦୦ ଲିଟର ପୋଚ ଓ ୫୮୦ଲିଟର ମଦ ଜବତ

ଆଠଗଡ: ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଡଃ ଶାନ୍ତନୁ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଥାନା ଅନ୍ତର୍ଗତ ତାଳବସ୍ତ, ତିଗିରିଆର ଭିରୁଡା ଓ ପଣସପାଟଣା ଗ୍ରାମରେ ଶନିବାର ଏକ ବଡଧରଣର ଅବକାରୀ ଚଢାଉ କରାଯାଇଛି। ତାଳବସ୍ତ ଗ୍ରାମ ଉତ୍ତରପାର୍ଶରେ ଥିବା ନାଳକଡରେ ମଦପ୍ରସ୍ତୁତି ପାଇଁ ଲୁଚାଇ ରଖାଯାଇଥିବା ୩୩୦୦ଲିଟର ଗୁଡପୋଚ ଏବଂ ସଦ୍ୟପ୍ରସ୍ତୁତ ୨୪୦ଲିଟର ଦେଶୀ ମଦ ଜବତ କରାଯାଇଥିଲା। ପରେ ପରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମର ସାପୁଆ ନଦୀ କଡରେ ଲୁଚାଯାଇଥିବା ୨୧୦୦ଲିଟର ଗୁଡପୋଚ ଓ ୧୮୦ଲିଟର ଦେଶୀମଦ ଜବତ କରାଯିବା ସହ ନିକଟବର୍ତ୍ତୀ ପଣସପାଟଣା ଗ୍ରାମ ନିକଟବର୍ତ୍ତୀ କାଜୁ ଜଙ୍ଗଲ ମଧ୍ୟରୁ ୧୨୦୦ଲିଟର ଗୁଡପୋଚ ଓ ୧୬୦ଲିଟର ମଦ ଜବତ କରାଯାଇ ଘଟଣାସ୍ଥଳରେ ହିଁ ନଷ୍ଟ କରାଯାଇଥିଲା।

ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ୱରେ କରାଯାଇଥିବା ଏହି ଚଢାଉରେ ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ, ବାଙ୍କୀ ଉପନିରୀକ୍ଷକ ଟେଲିସ୍ଫୋର ଲାକ୍ରା, ଆଠଗଡ ସହକାରୀ ଉପନିରୀକ୍ଷକ ଦେବାନନ୍ଦ ଭୂୟାଁଙ୍କ ସମେତ ଆଠଗଡ ଓ ବାଙ୍କୀର ବହୁ ଅବକାରୀ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories