ସଂସ୍କୃତ ଭାଷା ପୃଥିବୀର ସବୁଠାରୁ ପ୍ରାଚୀନ ଭାଷା ଏବଂ ସବୁ ଭାଷା ମଧ୍ୟରେ ଶ୍ରେଷ୍ଠ
ଗୋପବନ୍ଧୁ ବିଜ୍ଞାନ କଲେଜରେ ସଂସ୍କୃତ ସପ୍ତାହ
ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜରେ ପଳିତ ହେଉଥିବା ବିଲ୍ୱ ସଂସ୍କୃତ ସପ୍ତାହ ମଙ୍ଗଳବାର ଉଦଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷତା କରି ସଂସ୍କୃତ ଭାଷା ପୃଥିବୀର ସବୁଠାରୁ ପ୍ରାଚୀନ ଭାଷା ଏବଂ ସବୁ ଭାଷା ମଧ୍ୟରେ ଶ୍ରେଷ୍ଠ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ମୁଖ୍ଯଅତିଥି ଭାବେ ଦିଲ୍ଲୀର ଲାଲବାହାଦୁର ଶାସ୍ତ୍ରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗ ପ୍ରଫେସର ଭାଗିରଥି ନନ୍ଦ ଯୋଗଦେଇ ସଂସ୍କୃତ ଭାଷାର ମହତ୍ତ୍ବ ଓ ଉପାଦେୟତା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।
ସମ୍ମାନିତ ବକ୍ତା ଭାବେ କଲେଜର ପୂର୍ବତନ ସଂସ୍କୃତ ବିଭାଗୀୟ ମୁଖ୍ୟ ପ୍ରଧ୍ୟାପିକା ପ୍ରଭାତୀ କୁମାରୀ ଦେବୀ ଓ ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଯୋଗଦେଇ ସଂସ୍କୃତ ଭାଷାର ଐତିହ୍ଯ ଏବଂ ଆଜି ଦିନରେ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । କଲେଜର ସଂସ୍କୃତ ବିଭାଗୀୟ ମୁଖ୍ୟ ଡ. ଅଞ୍ଜନ କୁମାର ନନ୍ଦ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିବା ସହ ‘ସଂସ୍କୃତେ କିଂ ନାସ୍ତି’ ଶୀର୍ଷକ ଆଲୋଚନା ଆରମ୍ଭ କରିଥିଲେ ।
ଡ. ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତ ବିଭାଗର ଅଧ୍ୟାପିକା ଡ. ସୁରେଖା ଦାସ ନିଜର ବକ୍ତବ୍ୟ ରଖିଥିଲେ । ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ପ୍ରିୟଙ୍କା ପ୍ରିୟଦର୍ଶିନୀ, ଧରିତ୍ରୀ ରଣା, ମଧୁସ୍ମିତା ସାହୁ, ପ୍ରଜ୍ଞା ପାରମିତା ଶତପଥି, ଶୁଭସ୍ମିତା ଦାଶ, ଲୋପାମୁଦ୍ରା ବେହେରା, ସୁଶ୍ରୀ ଗଣ୍ଠିଆ, ଲକ୍ଷ୍ମୀ ସାହୁ ଓ ଅନାମିକା ପ୍ରିୟଦର୍ଶିନୀଙ୍କୁ ମୁଖ୍ଯଅତିଥି ପୁରସ୍କାର ପ୍ରଦାନ କରିଥିଲେ। ସଂସ୍କୃତ ଶିକ୍ଷକ ରାମଚନ୍ଦ୍ର ମହାରଣା ଓ ଜଳନ୍ଧର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ଡଃ ଶୁଭଦର୍ଶୀ ଦାଶ ଶାନ୍ତି ପାଠ କରିଥିବାବେଳେ ରୁନିସ୍ମିତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.