www.samajalive.in
Sunday, December 7, 2025
23.1 C
Bhubaneswar

ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ପରିସରରେ ଚାରାରୋପଣ

ଆଠଗଡ: କଟକ ଜିଲା କ୍ବାନକିଡୋ ଆସୋସିଏସନ୍ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ପରିସରରେ ଚାରାରୋପଣରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ୱାନକିଡୋ ଆସୋସିଏସନ ସଭାପତି ରୁଦ୍ର ଚରଣ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସାଳୟରେ ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ଚିକିତ୍ସାଳୟ ପରିଚାଳକ ପୁଜାଲିନ ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନର କର୍ମକର୍ତ୍ତା ମହେନ୍ଦ୍ର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ସାମାଜିକ ଓ ନୈତିକ ଦାୟିତ୍ବ ବୋଲି କହିବା ସହ ବ୍ୟାପକ ଚାରାରୋପଣ ଉପରେ ଗୁରୁତ୍ଵାରୋପ କରିଥିଲେ। ଡାକ୍ତରଖାନା ପରିସରରେ ବହୁ ଉପାଦେୟ ବୃକ୍ଷର ଚାରା ରୋପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କ୍ୱାନ କି ଡୋ ଆସୋସିଏସନର ଉପସଭାପତି ଶ୍ୟାମ ପ୍ରସାଦ ପଣ୍ଡା, ସଂପାଦକ ତଥା ପ୍ରଶିକ୍ଷକ ବଦ୍ରିନାରାୟଣ ବାହିନୀପତି, ପ୍ରଶିକ୍ଷକ ସନ୍ତୋଷ କୁମାର ବେହେରା, କୋଷାଧ୍ୟକ୍ଷ ରାହୁଲ କୁମାର ଜେନା, ଯୁଗ୍ମ ସଂପାଦକ ପ୍ରତ୍ୟୁଷ କୁମାର ହୋତା, ବିଶ୍ଵମ୍ବର ରାଉତ ଉପସ୍ଥିତ ରହି ଅତିଥିଙ୍କ ସହ ଚାରା ରୋପଣ କରିଥିଲେ। ଚିକିତ୍ସାଳୟର ପରିମଳ ପର୍ଯ୍ୟବେକ୍ଷକ ସନ୍ତୋଷ କୁମାର ମିଶ୍ର ଓ ଚନ୍ଦନ ପ୍ରସାଦ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories