www.samajalive.in
Saturday, December 6, 2025
19.1 C
Bhubaneswar

ଆତ୍ମରକ୍ଷା କୌଶଳ ତାଲିମ ଉଦ୍‍ଯାପିତ

ଆଠଗଡ: ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କନିଷ୍ଠ କଲେଜ)ରେ ୮ଦିନ ଧରି ଚାଲିଥିବା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଶନିବାର ଉଦ୍‍ଯାପିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଠଗଡ ଥାନାର ଉପନିରୀକ୍ଷକ ଶକୁନ୍ତଳା ଦାସ ଯୋଗଦେଇ ଆତ୍ମରକ୍ଷା କୌଶଳ ତାଲିମ ନେବାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିବା ସହ ଛାତ୍ରୀମାନେ ଭୟଭିତ ନହୋଇ ଯେ କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମର ପୂର୍ବତନ ସଂଯୋଜକ ତଥା କ୍ରୀଡା ପ୍ରଶିକ୍ଷିକା ବିଜୟାଲକ୍ଷ୍ମୀ ମହାନ୍ତି, ଦିଲ୍ଲୀରେ ନିର୍ଭୟା ହତ୍ୟା ଘଟଣା ପରେ ୨୦୧୩ ମସିହା ଅଗଷ୍ଟ ମାସରୁ ସରକାରଙ୍କ ପରାମର୍ଶକ୍ରମେ ପ୍ରତ୍ୟେକ କଲେଜର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦିଆଯାଉଥିବା ପ୍ରକାଶ କରିଥିଲେ। ଆତ୍ମରକ୍ଷା କୌଶଳ ପ୍ରଶିକ୍ଷିକା ନଳିନୀ ମହାନ୍ତି, ଗୀତା ବେହେରା ଓ ସଂଗୀତା ବେହେରା ଏଥିରେ ଯୋଗଦେଇ ଛାତ୍ରୀମାନଙ୍କୁ ନିଜର ସୁରକ୍ଷା ସହିତ ପରିବାର ସଦସ୍ୟଙ୍କ ସୁରକ୍ଷା ପାଇଁ ଆବଶ୍ୟକ ହେଲେ ଏହି ଆତ୍ମରକ୍ଷା କୌଶଳ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ସୋନି ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories