www.samajalive.in
Saturday, December 6, 2025
26.1 C
Bhubaneswar

ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‍ଯାପିତ 

ଆଠଗଡ: ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନୂଆ-ଓ ଯୋଜନାରେ ଚାଲିଥିବା ଓଡିଆ ସାହିତ୍ୟ ପ୍ରତିଯୋଗିତା ଶନିବାର ଉଦ୍‍ଯାପିତ ହୋଇଯାଇଛି। ଏଥିରେ ପୌରୋହିତ୍ୟ କରି କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ସ୍ୱାଗତ ଭାଷଣ ଦେବା ସହିତ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ।

ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍‍ ରଥଯାତ୍ରାର ଉଦ୍‍ଘୋଷକ ଶାନ୍ତନୁ କୁମାର ରଥ ଯୋଗଦେଇ ଜଗନ୍ନାଥ ଚେତନା, ଆତ୍ମା ଓ ପରମାତ୍ମାର ତତ୍ତ୍ୱ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ବରେଣ୍ୟ ଅତିଥି ଭାବେ କନିଷ୍ଠ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ମମତା ମିଶ୍ର ଯୋଗଦେଇ ଭାରତର ବିଭିନ୍ନ ଭାଷା ମଧ୍ୟରେ ଓଡିଆ ଭାଷାର ସ୍ୱତନ୍ତ୍ରତା ଓ ଶାସ୍ତ୍ରୀୟତା ଉପରେ ଅବତାରଣା କରିବା ସହ ସର୍ବଧର୍ମର ସମନ୍ୱୟ ଶ୍ରୀ ଜଗନ୍ନାଥଙ୍କ ମହିମା ସଂପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପିକା ବବିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ବସିରା ବେଗମ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories