www.samajalive.in
Sunday, December 7, 2025
23.1 C
Bhubaneswar

ଆଠଗଡରେ ଆରମ୍ଭ ହେଲା କରୋନା ଆଣ୍ଟିଜେନ ଟେଷ୍ଟ

ଆଠଗଡ: ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ଶନିବାର ଠାରୁ କରୋନା ଆକ୍ରାନ୍ତ ଚିହ୍ନଟ ପାଇଁ ଆଣ୍ଡିଜେନ ଟେଷ୍ଟର ଶୁଭାରମ୍ଭ ହୋଇଛି। ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ଏହାକୁ ଉଦ୍‍ଘାଟନ କରିଥିଲେ। ଏବେ ଆଠଗଡ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବାରେ ଏହି ଆଣ୍ଡିଜେନ ଟେଷ୍ଟ ପ୍ରକ୍ରିୟା ସହାୟକ ହେବ ବୋଲି ପ୍ରକାଶ କରିଥିଲେ। ଶନିବାର ପ୍ରଥମ ଦିନରେ ୧୨ଜଣଙ୍କର ସ୍ୱାବ୍‍ ସଂଗୃହିତ ହୋଇ ଆଣ୍ଡିଜେନ ଟେଷ୍ଟ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ରବିବାର ଏହାର ରିପୋର୍ଟ ମିଳିବ ବୋଲି ଅଧିକ୍ଷକ ଡାକ୍ତର ମିଶ୍ରଙ୍କ ସୁତ୍ରରୁ ପ୍ରକାଶ। ଡାକ୍ତରଖାନା ପରିଚାଳକ ପୂଜାଲିନ ରାଉତ ଓ ଡାକ୍ତର ଦେବଦଳନ ସେଠୀଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ତାଲିମପ୍ରାପ୍ତ ଲାବୋରାଟୋରୀ ଟେକ୍ନିସିଆନ ସୁକାନ୍ତ କୁମାର ସେଠୀ ପିପିଇ କିଟ ପରିଧାନ କରି ସତର୍କତା ଅବଲମ୍ବନ ପୂର୍ବକ ଲୋକଙ୍କର ସ୍ୱାବ୍‍ ଆଣ୍ଟିଜେନ ଟେଷ୍ଟ ପାଇଁ ସଂଗ୍ରହ କରିଥିଲେ। ଆଣ୍ଟିଜେନ ଟେଷ୍ଟ ପାଇଁ ସ୍ୱାବ୍‍ ସଂଗ୍ରହ କରାଯାଉଥିବା କକ୍ଷ ଓ ଉକ୍ତ ପରିସରକୁ ନିୟମିତ ବିଶୋଧନ କରାଯାଇଥିଲା। ସନ୍ତୋଷ କୁମାର ସାହୁ ଓ ଶୁକାନ୍ତ କୁମାର ନାୟକ ପ୍ରମୁଖ ଏଥିରେ ସକ୍ରିୟ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଯେ ଆଠଗଡ ଡାକ୍ତରଖାନାରେ ବର୍ତ୍ତମାନ ପାଇଁ ପ୍ରତି ସପ୍ତାହର ମଙ୍ଗଳବାର ଓ ଶୁକ୍ରବାର ୨ଦିନ କରୋନା ଲକ୍ଷଣ ଥିବା କିମ୍ବା ବାହାର ରାଜ୍ୟରୁ ଆସିଥିବା ପ୍ରବାସୀଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବାଲାଗି ବ୍ୟବସ୍ଥା ହୋଇଛି। ଆବଶ୍ୟକ ପଡିଲେ ଭବିଷ୍ୟତରେ ଏହା ସପ୍ତାହରେ ୨ଦିନ ପରିବର୍ତ୍ତେ ଅଧିକ ଦିନ କରାଯିବ ବୋଲି ଅଧିକ୍ଷକ ଡାକ୍ତର ମିଶ୍ର ପ୍ରକାଶ କରିଛନ୍ତି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories