www.samajalive.in
Thursday, December 11, 2025
13.1 C
Bhubaneswar

ଗାନ୍ଧି ଦର୍ଶନ ବାଖ୍ୟାନ ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ବର୍ଷ ପୂର୍ତ୍ତି ଏବଂ ସ୍ୱାଧୀନତା ପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମ ଏବଂ ଗାନ୍ଧିଦର୍ଶନ ଉପରେ ବାଖ୍ୟାନ ପାଇଁ ଏକ ପ୍ରସ୍ତୁତି ବୈଠକ ମହାବୀର ପ୍ଲାଜାଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆଠଗଡ ସ୍ୱାଭିମାନ ମଞ୍ଚ ପକ୍ଷରୁ ଆସନ୍ତା ଡିସେମ୍ବର ୫ତାରିଖରେ ସ୍ଥାନୀୟ ମହୋତ୍ସବ ପଡିଆଠାରେ ପୂର୍ବାହ୍ନ ୧୧ଟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଯୋଗଦାନ କରି ଗାନ୍ଧିଦର୍ଶନ ଓ ଦେଶର ସାଂପ୍ରତିକ ରାଜନୈତିକ ବାତାବରଣ ଉପରେ ବାଖ୍ୟାନ କରିବେ। ସ୍ୱାଭିମାନ ମଞ୍ଚର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ ତଥା ମଞ୍ଚର ଉପଦେଷ୍ଟା ରବିନ୍ଦ୍ରନାଥ ରାଉତ, ନୃସିଂହଚରଣ ମହାପାତ୍ର, ସଭ୍ୟ ଶିଶିର ପ୍ରସାଦ ମାନସିଂହ ଓ ପ୍ରକାଶ ରାଉତଙ୍କ ସମେତ ଅନ୍ୟମାନେ ଯୋଗଦେଇ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଲୋଚନା କରାଯାଇ କେତେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ଡିସେମ୍ବର ୫ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆଠଗଡ ଉପଖଣ୍ଡ ଅଞ୍ଚଳର କେତେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବଦ୍ଧିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପରେ ପରେ ଏକ ସାମ୍ବାଦିକ ସମ୍ମୀଳନିରେ ଏହି କାର୍ଯ୍ୟକ୍ରମର ରୂପରେଖ ସଂପର୍କରେ ସ୍ୱାଭିମାନ ମଞ୍ଚ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲା। ସ୍ୱାଭିମାନ ମଞ୍ଚର ସଂଗଠନ ସଂପାଦକ ଆଇନଜୀବୀ ସତ୍ୟେନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ସଂପାଦକ ଆଇନଜୀବୀ ବିନୟ କୁମାର ଶୁକ୍ଳ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories