ସାହାସୀ ଯୁବକଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

ଆଠଗଡ: ସଂପ୍ରତି ଗତ ୨୪ତାରିଖରେ ମୁଣ୍ଡଳିଠାରେ ମହାନଦୀରୁ ଗଜ ଉଦ୍ଧାର ଅଭିଯାନ ସମୟରେ ଓଡ୍ରାଫର ଡଙ୍ଗାବୁଡି ସମୟରେ ଏକ ହୁଲି ଡଙ୍ଗା ସାହାଯ୍ୟରେ ୩ଜଣଙ୍କୁ ଉଦ୍ଧାର କରିଥିବା ସାନମୁଣ୍ଡଳି ଗ୍ରାମର ସାହାସୀ ଯୁବକ ମାନସ ବେହେରାଙ୍କୁ ଆଠଗଡ ଭାରତୀୟ ଜନତା ଦଳ ପକ୍ଷରୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ସର୍ପେଶ୍ୱର ମନ୍ଦିର ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ, ମାନସ ବେହେରାଙ୍କର ସାହାସୀକତାର ତୁଳନା ନାହିଁ ବୋଲି କହିବା ସହ ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ।

ନିଜ ଜୀବନକୁ ବାଜି ଲଗାଇ ନଦୀର ପ୍ରଖର ସ୍ରୋତରେ ହୁଲି ଡଙ୍ଗା ଚଳାଇ ଓଡ୍ରାଫ ଦଳର ୨ଜଣ ସଦସ୍ୟଙ୍କ ସମେତ ଯୁବ ସାମ୍ବାଦିକ ଅରିନ୍ଦମଙ୍କୁ ମାନସ ଉଦ୍ଧାର କରିଥିଲେ। ଏହି ଅବସରରେ ମାନସଙ୍କୁ ଶ୍ରୀ ରାୟ ଓ ଅନ୍ୟ ବିଜେପି ନେତାମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଜଗଦାନନ୍ଦ ତ୍ରିପାଠୀ, ଆଠଗଡ ନଗର ମଣ୍ଡଳ ସଭାପତି ନଚିକେତା ପରମାଣିକ, ବରିଷ୍ଠ ନେତା ପ୍ରକାଶ ସେଠୀ ଓ ବିଚିତ୍ରାନନ୍ଦ ଜେନାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Comments are closed.