ଆଠଗଡ: ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦହିସରା ନିକଟରେ ସୋମବାର ମଧ୍ୟରାତ୍ରିରେ ବନ୍ୟାଜଳରେ ଭାସିଯାଇଥିବା ଏକ କାରକୁ ବୁଧବାର ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ କଟକ ତୁଳସୀପୁରର ଆଇନଜୀବୀ ମାନସ ରଞ୍ଜନ ସାହୁ ଓ ଗାଡିଚାଳକ ୱାସିମ ଆକ୍ରମ ସେହି ରାସ୍ତାରେ ଯାଉଥିବାବେଳେ ବନ୍ୟାଜଳରେ କାରଟି ଭାସି ଗଭୀର ଜଳରେ ବୁଡି ଯାଇଥିଲା। ୨ଜଣ ଯାତ୍ରୀ କାରର ଛାତ ଉପରେ ଠିଆ ହୋଇ ଖବର ଦେବା ପରେ ଅଗ୍ନିଶମ ବାହିନୀ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ତେବେ କାରଟି ବନ୍ୟା ଜଳ ମଧ୍ୟରୁ ଉଦ୍ଧାର କରାଯାଇ ପାରିନଥିଲା। ବୁଧବାର ବନ୍ୟାଜଳ ସାମାନ୍ୟ କମିବା ପରେ ଦହିସରା ଗ୍ରାମର କିଛି ଲୋକଙ୍କ ସହାୟତାରେ ଉକ୍ତ କାରଟିକୁ ଉଦ୍ଧାର କରାଯାଇଥିବା ଜଣାପଡିଛି।
Popular Categories



