ଆଠଗଡ: ଆଠଗଡ ତହସିଲର ସ୍ୱତନ୍ତ୍ର ସ୍କାର୍ଡ ଗୁରୁବାର ଆଠଗଡ-ମୁଣ୍ଡଳି ରାସ୍ତାରେ ବେଆଇନ ବାଲିିଚାଲାଣ କରୁଥିବା ୨ଟି ଟ୍ରାକ୍ଟର ଜବତ କରିଥିବା ଜଣାପଡିଛି। ତହସିଲଦାର ତପନ କୁମାର ଖୁଣ୍ଟିଆଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସ୍କାର୍ଡ ଆଠଗଡକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ଯାଞ୍ଚ କରିବା ସମୟରେ ଉପଯୁକ୍ତ କାଗଜପତ୍ର ନଥାଇ ବାଲି ଚାଲାଣ କରୁଥିବା ଏହି ୨ ଟ୍ରାକ୍ଟରକୁ ଜବତ କରି ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ। ଆଠଗଡ ତହସିଲ ପକ୍ଷରୁ ଲଘୁ ଖଣିଜ ସାମଗ୍ରୀ ଚୋରା ଚାଲାଣ ଉପରେ ବ୍ୟାପକ ଧରପଗଡ ଓ ଜୋରିମନା କରାଯାଉଥିଲେ ମଧ୍ୟ ଚୋରାଚାଲାଣକାରିଙ୍କ ଉପରେ କୌଣସି ପ୍ରଭାବ ପଡୁନଥିବା ଦେଖାଯାଉଛି। ଜବତ ୨ ଟ୍ରାକ୍ଟର ମାଲିକଙ୍କ ଠାରୁ ଜୋରିମନା ଆଦାୟ ପରେ ସେଗୁଡିକୁ ଛଡାଯିବ ବୋଲି ତହସିଲ ପକ୍ଷରୁ କୁହାଯାଇଛି।
Popular Categories



