www.samajalive.in
Wednesday, December 10, 2025
26.1 C
Bhubaneswar

ଏକାଦଶାହରେ ପୂଣ୍ୟପ୍ରଭାଙ୍କ ସ୍ମୃତିଚାରଣ

ଆଠଗଡ: ଆଠଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶୁକ୍ରବାର ଧର୍ମପ୍ରାଣା ମହିଳା ସ୍ୱର୍ଗତ ପୂଣ୍ୟପ୍ରଭା ମହାପାତ୍ରଙ୍କ ଏକାଦଶାହରେ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଟିତ ଏହି ସ୍ମୃତିଚାରଣ ସଭାରେ କଟକ ଜିଲ୍ଲା ବିଜେଡି ଉପସଭାପତି ନୃସିଂହଚରଣ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ଯୁବ ସଂଗଠକ ଅଶୋକ ରାଉତ, ରୁଦ୍ରଚରଣ ମହାନ୍ତି, ପ୍ରକାଶ ରାଉତ, ସତ୍ୟପ୍ରସାଦ ରଥ, ଛାତ୍ରନେତା ସତ୍ୟପ୍ରିୟ ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ, ନାରୀନେତ୍ରୀ ବାସନ୍ତି ରାଉଳ, କୃଷକନେତା ନିରାକାର ଲେଙ୍କା ପ୍ରମୁଖ ଯୋଗଦେଇ ପୂଣ୍ୟପ୍ରଭା ଜଣେ ଅତ୍ୟନ୍ତ ସ୍ନେହଶିଳା, ପରୋପକାରୀ, ମିଷ୍ଟଭାସୀ ଓ ଦରଦୀ ମଣିଷ ଥିଲେ ବୋଲି ପ୍ରକାଶ କରିବା ସହ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରି ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories