www.samajalive.in
Friday, December 12, 2025
26.1 C
Bhubaneswar

ପ୍ରଶାସନ ଓ ପୁଲିସର ନିଷ୍କ୍ରିୟତା ପାଇଁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ଆଠଗଡ: ଆଠଗଡ ଉପଖଣ୍ଡ ଅଞ୍ଚଳରେ ପ୍ରଶାସନ ଓ ପୁଲିସର ନିଷ୍କ୍ରିୟତା ଯୋଗୁଁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି। ଏହି ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ଚୋରୀ, ରାହାଜାନୀ, ବେଆଇନ ନିଶା କାରବାର, ଗୋମାଂସ ଚାଲାଣ ଆଦି ସଙ୍ଗୀନ ଅପରାଧିକ ବୃଦ୍ଧି ପାଉଛି ବୋଲି ଆଠଗଡ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା। ସ୍ଥାନୀୟ ମହାବୀର ପ୍ଲାଜାଠାରେ ନାଗରିକ ସୁରକ୍ଷା ମଞ୍ଚର ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ରାଉତ, ସଂପାଦକ ଆଇନଜୀବୀ ସତ୍ୟେନ ପଣ୍ଡା, ସହସଂପାଦକ ଆଇନଜୀବୀ ବିନୟ ଶୁକ୍ଳ ଓ ସଭ୍ୟ ଲଳିତେନ୍ଦୁ ସେନାପତି ଯୋଗଦେଇ ଏହିପରି ଗୁରୁତ୍ୱର ଅଭିଯୋଗ କରିଥିଲେ। ବିଶେଷକରି ଗତ ୨୪ତାରିଖରେ ସମବାୟ ଦୁର୍ନୀତି ବିରୁଦ୍ଧରେ ଶୋଭାଯାତ୍ରା ଓ ରାସ୍ତାରୋକ କରିଥିବା ଯୁବ ସଂଗଠକ ଅଭୟ କୁମାର ବାରିକଙ୍କ ନାମରେ ଚୌଦ୍ୱାର ଥାନା ସମେତ ରାଜ୍ୟର ବିଭିନ୍ନ ଥାନାରେ ସୈନ୍ୟବାହିନୀରେ ଚାକିରୀ କରାଇଦେବା ନାମରେ ଠକେଇ ଓ ଦେଶଦ୍ରୋହ ଆଦି ସଙ୍ଗୀନ ମାମଲା ଥିବାବେଳେ ଉପସ୍ଥିତ ଉଚ୍ଚପଦସ୍ଥ ପୁଲିସ ଅଧିକାରୀମାନେ ତାଙ୍କୁ ଗିରଫ ନକରି ତାଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା କରିବା ପୁଲିସର ପାରିବା ପଣିଆକୁ ଦର୍ଶାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ।

ଉକ୍ତ ରାସ୍ତାରୋକ ବେଳେ କଟକ ଗ୍ରାମାଞ୍ଚଳ ପୁଲିସର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ଓ ଟାଙ୍ଗୀ-ଚୌଦ୍ୱାର ଉପଖଣ୍ଡ ଆରକ୍ଷୀ ଉପଅଧିକ୍ଷକ ସତ୍ୟବ୍ରତ ଲେଙ୍କା ଶ୍ରୀ ବାରିକଙ୍କୁ ଗିରଫ କରିବା ବଦଳରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା ପାଇଁ ନିମନ୍ତ୍ରଣ କରିବା କେତେଦୂର ଯଥାର୍ଥ ବୋଲି ସେମାନେ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଅଭୟ ବାରିକ ଓ ତାଙ୍କ ଭାଇମାନଙ୍କ ନାମରେ ଅନେକ ମାମଲା ରହିଥିବାବେଳେ ଜଣେ ଭାଇ ଅପରାଧିକ ମାମଲାରେ ଜେଲରେ ରହିଛନ୍ତି ବୋଲି ସଭାପତି ଶ୍ରୀ ରାଉତ ପ୍ରକାଶ କରିଥିଲେ। ପ୍ରଶାସନିକ ଅଧିକାରୀ ଓ ଅପରାଧିମାନଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ସାଧାରଣରେ ଆଲୋଚନା ହେଉଛି। ଦେଶରେ ତଥା ରାଜ୍ୟରେ କରୋନା ମହାମାରୀ ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ପ୍ରଶାସନ ସହାୟତାରେ ଅସାମାଜିକ ବ୍ୟକ୍ତିମାନଙ୍କୁ ପ୍ରୋତ୍ସାହନ ଦେବା ଘଟଣାକୁ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା। ସଂପୃକ୍ତ ଅଭୟ ବାରିକଙ୍କ ଅପରାଧିକ କାର୍ଯ୍ୟକଳାପ ସଂପର୍କରେ କ୍ରାଇମବାଞ୍ଚ କିମ୍ବା ସିବିଆଇ ଦ୍ୱାରା ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେମାନେ ଦାବି କରିଥିଲେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories